STORYMIRROR

Rasmi Rekha Tripathy

Others

3  

Rasmi Rekha Tripathy

Others

ସଙ୍ଘର୍ଷ

ସଙ୍ଘର୍ଷ

1 min
13.5K


ପାଦ ତଳେ ଅରାଏ ମାଟି

ମୁଣ୍ଡ ଉପରେ ଚେନାଏ ଆକାଶ ପାଇଁ

ସଙ୍ଘର୍ଷ

ଦେହକୁ କପଡା ଖଣ୍ଡେ

ପେଟକୁ ମୁଠାଏ ଦାନା ପାଇଁ

ସଙ୍ଘର୍ଷ

କେବେ ଜୀବନ ପାଇଁ ତ

କେବେ ଅନ୍ତହୀନ ମରଣ ପାଇଁ

ଅନ୍ତ କିନ୍ତୁ ସେହି ଏକା

ଛଅ ହାତ ଭୂମି କବର ପାଇଁ

କିମ୍ବା

ଚିରୁଡାଏ ନିଆଁ ଜୁଇ ପାଇଁ.........

ରଶ୍ମି ରେଖା ତ୍ରିପାଠୀ ©


Rate this content
Log in