ଚେଙ୍ଗ ଧର ଧର ହାତେ ବେଙ୍ଗ ଧର
ଚେଙ୍ଗ ଧର ଧର ହାତେ ବେଙ୍ଗ ଧର
ଚେଙ୍ଗ ଧର ଧର ଚେଙ୍ଗ ଧର ଧର
ଚେଙ୍ଗ ଧର ଧର ହାତେ ଧର ବେଙ୍ଗଟା
ବୁଝି ପାରେନି ସରଳ ନିରୀହ ଲୋକଟା
ଛନ୍ଦ କପଟରେ ଠକି ଦେଲେ ତାକୁ
ଜାଣି ପାରେନା ସେ ଏ ତୁଚ୍ଛା ମିଛଟା
ହୃଦେ ଆଘାତ ପାଇ ହୁଏ ଖାଲି ହଟହଟା
ଚେଙ୍ଗ ଧର ଧର ହାତେ ଧର ବେଙ୍ଗଟା
କିଏ କରେ କେତେ ଫିକର ଫନ୍ଦି
ସ୍ଵାର୍ଥ ପୂରଣ ଲାଗି ସଂପର୍କରେ ଛନ୍ଦାଛନ୍ଦି
ମିଠା ମିଠା କଥା କହେ ସବୁ ହୁଏ ଖଟା
ହତଭାଗାର ଯେ କପାଳ ଫଟା
ନ ଥାଉ ବରଂ ତେଲ ଲୁଣ ପନିପରିବା
ଲୋକ ଦେଖାଣିଆ ହୁଏ ବେସର ବଟା
ନିର୍ବୁଦ୍ଧିଆର ବଚନ ଖୁସି ମନଟା ମୋଟା।
ଚେଙ୍ଗ ଧର ଧର ହାତେ ଧର ବେଙ୍ଗଟା
କିଏ କରିନିଏ ଅନାବାଦୀ ଜମିକୁ ପଟ୍ଟା
ଚାଲୁ ଚାଲୁ କା'ପାଦେ ଗଳେ କଣ୍ଟା
ବଡ଼ ଅଜବ ଲାଗେ ଏ ଦୁନିଆଟା
କିଏ ଖଟି ଖଟି ମରେ କିଏ ଲୁଟି ବଞ୍ଚେ
ବିନା ସ୍ଵାର୍ଥରେ ଛାଡ଼େ ନାହିଁ ଇଞ୍ଚେ
ଅଶାନ୍ତିରେ ବିଷମୟ ଲାଗେ ଜୀବନଟା
ଜଗତ ଜଞ୍ଜାଳରେ ପାଏ ଦୁଃଖ କଷ୍ଟ
ସବଳ କରେ ଦୁର୍ବଳର ଅନିଷ୍ଟ
ଭାବ ବିନିମୟେ ଭୁଲାଇ ଦିଏ ମନଟା।
ଚେଙ୍ଗ ଧର ଧର...ହାତେ ଧର ବେଙ୍ଗଟା।
ଥାଉ ଥାଉ ନୀତି ନିୟମର କଟକଣା
ବାଟ ଭୁଲି ହୋଇଥାଏ ବାଟବଣା
ଶିଆଳ କରେ ବାଘର ଅଭିନୟ
ଘୋଡ଼ାଇ ହୋଇ ସେ ମହାବଳର ଛାଲଟା
ଭାଗ ବସାଇବାକୁ କରେନା ଫାଳ ଫାଳ
ପାଏ ଯେତେ ଗିଳିଯାଏ ଗୋଟା ଗୋଟା
ଯେତେ ଯା'ହୁଏ ସଫା ରହେ ନାହିଁ ମନଟା
ଭୁଆଁ ବୁଲା ଚାଲେ ଉଡ଼େ ଖାଲି ଧୂଆଁ
ଲାଗେ ଯେମିତି ଯାଦୁକରର ଏ କିମିଆ
ମାଡ଼ି ମାଡ଼ି ଆସେ ଜୀବନେ ଘନଘଟା
କଲେ ଅବହେଳା ଦିନେ ବୁଡ଼ିଯାଏ ଭେଳା
ଗ୍ରାସି ନିଏ ଉଆଁସ ରାତିର ଘନ ଅନ୍ଧାରଟା
ଚେଙ୍ଗ ଧର ଧର...ଠକି ଦେବାର ବୁଦ୍ଧିଟା
ଚେଙ୍ଗ ଧର ଧର...ହାତେ ଧର ବେଙ୍ଗଟା।