STORYMIRROR

Lipi Sahoo

Comedy

3  

Lipi Sahoo

Comedy

ଅଜ୍ଞାନ ଘାଣ୍ଟ

ଅଜ୍ଞାନ ଘାଣ୍ଟ

1 min
192

ଘରେ ଘରେ ପଡ଼ିଛି ଚହଳ

ତିଆରି ହେବ ଆଜି ଘାଣ୍ଟ ତିଅଣ

କଦଳୀ ସାରୁ ସହ ମିଶିଛି ବିନ୍ସ ଗାଜର

ରାଜନୀତି ଘାଣ୍ଟ ଠାରୁ ଆହୁରି ଆଶ୍ଚର୍ଯ୍ୟକର ।


ମହ ମହ ବାସ ଛୁଟେ ଘରକୁ ଘର

ନକଲି ଗୁଆ ଘିଅ ସହ ଜିରା ଲଙ୍କା ଗୁଣ୍ଡର

ତା ଉପରେ ପଡିଛି କରୀ ପାଉଡର

ଏ ଅଟେ ପାରମ୍ପରିକ ଉପରେ ଛାପ ଆଧୁନିକତାର ।


ହଜି ହଜି ଯାଉଛି ଆମ ପ୍ରାଚୀନ ପରମ୍ପରା

ହେଲେ ମଝିଆ ପିଢ଼ି ବାନ୍ଧି ରଖିବାର କରେ ଅପଚେଷ୍ଟା

ଆଧୁନିକତାର ଛୁଙ୍କ ଦେଇ ଚାହେଁ କରିବାକୁ ମନଲୋଭା

ଯେତେ ମଠା ମଠି କଲେ ତା'ର ବିକୃତ ରୂପ ହୁଏ ଉଭା


ସମୟ ନଈରେ ଜେଜେମା ଆଈ କେବେଠୁ ଗଲେଣି ଲୁଚି

ଆଉ କି ମିଳିବ ଘର ଗୁଆଘିଅ ଚୂଲି ଆଉ ମାଟିହାଣ୍ଡି 

ଦିନ ଥିଲା ଦେଶି ପରିବାରେ ବନୁଥିଲା ଦ୍ଵିତୀୟା ଘାଣ୍ଟ

ଏବେ ବିଦେଶୀ ପରିବା ମିଶି ବନୁଛି ଅଜ୍ଞାନ ଘାଣ୍ଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy