STORYMIRROR

Lipi Sahoo

Comedy

4  

Lipi Sahoo

Comedy

ପୋଡା ପାଟି

ପୋଡା ପାଟି

1 min
302

ପଞ୍ଚ 'ମ'କାର କରି ପରିତ୍ୟାଗ

ସଞ୍ଚିଥିଲେ ସବୁ ମାସକ ଧରମ

ମଥାରେ ମାଖି ଚନ୍ଦନ ତିଳକ

ନିତି ବସି ଜପୁଥିଲେ ହରି ନାମ


ଛାଡଖାଇ ଆସି କଲା ମତିଭ୍ରମ

ଚୂଲିରେ ପଶିଲା ସବୁ ସୁକରମ

ପୋଡା ପାଟିର ୟେ ସବୁ ନାଟ

କରିଦେଲା ସଭିଏଁଙ୍କ ଧରମ ଭ୍ରଷ୍ଟ



କରିଲେ ବାଇ ଖାସି କୁକୁଡା ମାଛ

ସକାଳୁ ଦୋକାନେ ଉଭା ଧରି ବ୍ୟାଗ

ଜନମାନସ ଶୂନ୍ଯ ଥିଲା ଯୋଉ ଶୁଖୁଆ ହାଟ

ସେଠି ଲାଗିଛି ଆଜି ଛାତିଫଟା ଭିଡ



ପାପପୂଣ୍ୟ ଭରା ଏ ମରଜଗତ

ସବୁ ତ ମହାମାୟାଙ୍କ ଖେଳ

କେବେ ହୁଏ ଯୋଗି ପୁଣି ଖାଏ କୁକୁଡା ଝୋଳ

ଛାଡଖାଇର ମାହାତ୍ମ୍ୟ ବଡ ପ୍ରବଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy