Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Inspirational

4.0  

Lipi Sahoo

Inspirational

ଗେରୁଆ

ଗେରୁଆ

1 min
8


ସଂରଚନା ଏକ ସୁନ୍ଦର ପୃଥିବୀର 

ଭାବାନ୍ତର ଏକ ମୂଲ୍ୟବୋଧର

ଅନବଦ୍ୟ ଏକ ଲହର ଗେରୁଆ ରଙ୍ଗର

ପ୍ରତୀକ୍ଷା ଏକ ଯୁଗାନ୍ତରର ।


ଗାଥା ଏକ ସମର୍ପଣର

ନିସର୍ତ୍ତ ଏକ ବଳୀଦାନର ଆଉ ଅଖଣ୍ଡ ବିଶ୍ବାସର 

ପୁନଃପ୍ରତିଷ୍ଠା ଏକ ଆଦର୍ଶବାଦର

ପରିସମାପ୍ତି ଏକ ଆତଙ୍କରାଜର ।


ସ୍ବପ୍ନ ଏକ ସାକାର ଭୂଖଣ୍ଡର

ପ୍ରବାହ ଏକ ଚିରନ୍ତନ ଚରିତର

ଉଚ୍ଛ୍ବାସ ଏକ ବିରାଟ ଜନସମୁଦ୍ରର

ଆଶ୍ବାସନା ଏକ ସର୍ବଧର୍ମ ସମନ୍ବୟର ।


ଆହ୍ବାନ ଏକ ବିକାଶର

ପ୍ରବୋଧନା ଏକ ମାନବବାଦର

ଅଭିଳାଷା ଏକ ସୁରକ୍ଷିତ ବିଶ୍ବର

ଅବ୍ୟକ୍ତ ଏକ ନାରା ବିଶ୍ବଭ୍ରାତୃତ୍ବର


ଗେରୁଆ କେବଳ ଏକ ରଙ୍ଗ ନୁହେଁ !!

ଏକ ପ୍ରତୀକ ଆତ୍ମୋତ୍ଥାନର ।

 


Rate this content
Log in

Similar oriya poem from Inspirational