STORYMIRROR

Lipi Sahoo

Inspirational

4  

Lipi Sahoo

Inspirational

ବୀରପୁଙ୍ଗବ

ବୀରପୁଙ୍ଗବ

1 min
19

ନିଚୁଡା ଛାତିରେ ଚିପୁଡା କୋହର

ଶେଷ ଡାକଥିଲା ସେଟା କାହାର ??


ବିଷର୍ଣ୍ଣ ଗୋଧୂଳିର ଊଷ୍ମ ପବନେ

ଶୁଣିଛ କି କେବେ ରକ୍ତ ଜୁଡୁବୁଡୁ ସେ ଚିତ୍କାର ??


ଗୋଟିଏ ମନ୍ତ୍ରେ କମ୍ପିଥିଲା ମେଦିନୀ ସେଦିନେ

"ପୂର୍ଣ୍ଣସ୍ବାଧୀନତା ଆମ ଅଧିକାର" 


ଇତିହାସ ପୃଷ୍ଠାରେ ତାନ୍ତ୍ରିକ ଯେତେ ହଜିଗଲେ

ପଢିଛ କି କେବେ ତା'ଭିତରର ହା ହାକାର??


ସୁଜଳା ସୁଫଳା ମାଟିମା ମୋର ଥିଲା ଦିନେ

ବାର ବାର ଧ୍ୱସ୍ତବିଧ୍ୱସ୍ତ ହେଲା ବିଦେଶୀମାନଙ୍କ ହାତେ


ଗଳିରେ ଗଳିରେ ଫରଫର ଉଡୁଚି ଆଜି ତିରଙ୍ଗା କେତେ

ଲାଗେ ଧ୍ବଂସାବଶେଷ ଗତଗୌରବର ସତେ


ଆଜି ବି ଚାଲିଛି ଶୋଷକ ଶୋଷିତ ପରଂପରା ଯେତେ

ମଉଳାଫୁଲରେ ହସ କି ଫୁଟଇ କେବେ ??


ଉଦାସ ଆଖିରେ ଅନାଇଛି ମା ମିଥ୍ୟାନଈ ସେପାରେ

ସଅଳ ସଅଳ ମଙ୍ଗ ଧର ବୀରପୁଙ୍ଗବମାନେ ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational