ନିଜସ୍ବ ପୃଥିବୀ
ନିଜସ୍ବ ପୃଥିବୀ
ହେ ଇଶ୍ୱର !
ମୁଁ ଯଦି ପ୍ରତ୍ୟାଖ୍ୟାନ କରେ
ତୁମ ରଚିତ ପୃଥିବୀକୁ
ଆଉ ପରିତ୍ଯାଗ କରେ !
ତୁମେ କ୍ଷୁବ୍ଧ ହେବ ନା ବିଷର୍ଣ୍ଣ ?
ତୁମେ ହିଁ ତ ନିଜେ
ମୋତେ ପ୍ରଦାନ କରିଛ
'ମୁଁ' ବିହୀନ ଈଶ୍ବରତ୍ବ
ଆଉ ଭଗବାନ ହେବାର ଅଧିକାର
ସୃଷ୍ଟି କରିବି ନିଜସ୍ବ ପୃଥିବୀ !
ଶବ୍ଦରେ ଶବ୍ଦରେ ଗଢି ଦେବି
ତରୁ,ଲତା,ବନ,ପାହାଡ ଆଉ ନଦୀ
ମଳୟ ମମତାର ଦେବି ବୁହାଇ
ରୁଦ୍ଧଦ୍ବାର ସେପାଖେ ରଖିଦେବି ସବୁ ଅରାଜକତା
ନିରୁଦ୍ଧିଷ୍ଟ ହୋଇଯିବେ
ସମସ୍ତ ସ୍ପର୍ଶକାତରତା।
ଦିନଟିଏ ହେବ କି ?
ମୋ ରାଜ୍ୟର ବାସିନ୍ଦା
ପରିତ୍ଯାଗ କରି ପାରିବ କି ?
ଥରେ ତୁମ ପରାକାଷ୍ଠା
ବ୍ୟକ୍ତ କରିବ କି ନିଜକୁ
ଛାଡି ସବୁ ଗୋପନତା !
ମୁଁ ବଢାଇ ଦେଇପାରେ
ପାହାଡର ସ୍ଥିତିସ୍ଥାପକତା
ନଦୀର ବ୍ୟାପକତା
ଚନ୍ଦ୍ରର ଶୀତଳତା
ତୁମେ ଖାଲି ଭରି ପାରିବକି ?
ମୋ କାଳ୍ପନିକ ବାସିନ୍ଦାଙ୍କ ଭିତରେ
ଚେନାଏ ମାନବିକତା।