ବୟସର ଆୟୁଷ
ବୟସର ଆୟୁଷ
ମଣିଷର ଆୟୁଷ ନାହିଁ
ଅଛି ବୟସର
କରମ ର ମରଣ ନାହିଁ
ଅଛି ମଣିଷର ।
ଫୁଲ ର ଜୀବନ ନାହିଁ
ଦିଏ ବାସନା
ଫୁଲ ଝାଉଁଳି ଗଲେବି
ନ କରେ ମନା ।
କର୍ପୁର ପୋଡ଼ିଗଲେ ବି
ସୁଗନ୍ଧ ଭରା
ସୁନା ଜଳିଗଲେବି
ଉଜ୍ଜଳ ଧରା ।
ବଢ଼ି ବଢ଼ି ଆସିଲେ ବୟସ
କମି କମି
ଆସଇ ଆୟୁଷ ।
ବୟସକୁ ନେଇ ହିସାବ
ହିଁ ଆୟୁଷ
ଆୟୁଷ କୁ ନେଇ ବଂଚିବା
ହିଁ ମଣିଷ ।
