STORYMIRROR

Tarun Bag

Abstract Comedy Fantasy

3  

Tarun Bag

Abstract Comedy Fantasy

ଗଣେଶ ପୂଜା

ଗଣେଶ ପୂଜା

1 min
166

ଭାଦ୍ରବ ମାସ ର ଚତୁର୍ଥ ତିଥିରେ

    ଶ୍ରୀ ଗଣେଶ ପୂଜା ହୁଏ

ଭକତି ଭାବରେ ଶିକ୍ଷାନୁଷ୍ଠାନରେ

  ପୂଜା ପାଠ କରାଯାଏ ।


 ବିଘ୍ନ ବିନାଶକ ହେ ପ୍ରଭୁ ଗଣେଶ 

   ସର୍ବ ଜ୍ଞାନର ଭଣ୍ଡାର 

ତବ କୃପା ବଳେ ଅଜ୍ଞାନ ତିମିର   

ନିମିଷକେ ହୁଏ ଦୂର ।


ତୁମରି ଦୟା ରୁ ଅଧମ ମୂରୁଖ 

  ଲଭନ୍ତି ଜ୍ଞାନୀ ପଣ୍ଡିତ 

ଅବାଟକୁ ଗଲେ ଦେଖାଅ ପ୍ରଭୁ ହେ

  ସତ୍ୟ,ଧର୍ମ, ନ୍ୟାୟ ପଥ ।


ପ୍ରତି ଶୁଭ କର୍ଯ୍ୟେ ଧରି ତୁମ ନାମ 

     ଜପନ୍ତି ଧାର୍ମିକ ଜନ

ତୁମରି ନାମକୁ ସୁମରଣା କରି

  ଲଭନ୍ତି ଅପାର ଜ୍ଞାନ ।


ହେ ମଙ୍ଗଳମୟ ଦୟାଳୁ ଗଣେଶ

  ସର୍ବ ଦୁଃଖ ବିନାଶକ

ପାର୍ବତୀ ନନ୍ଦନ ହେ କଲ୍ୟାଣମୟ 

 ସୁଖ ଶାନ୍ତି ପ୍ରଦାୟକ ।


Rate this content
Log in

More oriya poem from Tarun Bag

Similar oriya poem from Abstract