ଭୋଟ ନୋଟ ସଂପର୍କ
ଭୋଟ ନୋଟ ସଂପର୍କ
ଟାଉଟରର ମନ ଉଡୁଛି ଅୟୁତ ଅୟୁତ
ଆଶାର ସୁଗନ୍ଧରେ
ଆସିବ ଭୋଅଟ ବେଳ ନେତା ମାନଂକର
ଭିଡ ଲାଗିବରେ ।
ପାଞ୍ଚ ବର୍ଷ ଯାଏ ନିତି ଦେଖୁଥାଏ ନୋଅଟ
ଆସିବାର ସପନ
ମନ୍ତ୍ରୀ, ଏମ. ଏଲ.ଏ ଙ୍କ ଫଟୋଟି ନିତି କରୁ
ଥିଲା ତ ଅଙ୍କନ ।
ପ୍ରତଦିନ ସେ ତ ଦିନଟାରେ ଶୋଇ ସପନ
ଦେଖୁଥିଲା ବାରବାର
ଆଁ ମେଲେଇକି ତୁଛାଟାକୁ ରଡି କରୁଥିଲା
ମନ୍ତ୍ରୀ ଅଟେ ତା ନିଜର ।
ଜାଣିଛି ଭଲ ଭାବରେ ତୁଛାଟାକୁ ରଡି କରେ
ମନ୍ତ୍ରୀ ସେବା ନାମରେ
ଦେଶର ଧନକୁ ପୁଂଜିପତିଙ୍କୁ ବିକି ଟଙ୍କା ଗିଳେ
ସେ କୌଶଳରେ ।
ଖାସ ମନ୍ତ୍ରୀ ଆଗମନ ପାଇଁ ବିଭିନ୍ନ ଯାଗାରେ
ସ୍ୱାଗତ ତୋରଣ କରିଥାଏ
ଟଙ୍କା ପାଇଁ ଭୋଟ ପରେ ରାଜନେତାଙ୍କର ବିଜୟ
ପତାକା ଉଡାଉ ଥାଏ ।
ଯେବେ ଆସନ୍ତି ମନ୍ତ୍ରୀ ପ୍ରଥମେ ରଖନ୍ତି ପାଦ
ତାର ଦାଣ୍ଡ ପାହାଚରେ
ନଇଁ ନଇଁ ଆସି କୁକୁର ପରିଆ ମନ୍ତ୍ରୀଂକୁ
ବସାଏ ତାର ଘର ଅଗଣାରେ ।
ମନର ଭିତରେ ମହତ ନଥାଏ, ଚାଲନ୍ତି
ଭୋଟ ନୋଟ ସଂପର୍କ ଭିତରେ
ଏମାନେ ନେତା, ଦେଶ ମୁଣ୍ଡେଇଚି ବୋଲି ଗର୍ଜନ
କରନ୍ତି, ଜନତାଟା ଏଠି ବଳି ପଡେରେ ।
ଜନତା ଅଣ୍ଟିକି ଛୁରୀ ମାରି, ୟାଙ୍କଠୁ ଶୁଣିବାକୁ
ମିଳେ ଦେଶର ପ୍ରଗତି ବାର୍ତ୍ତାକୁ
ଭୋଟର ବାପୁଡା, ଏମାନଙ୍କଠୁ ବଡ ବଡ କଥା ଶୁଣି,
ଶୋଇ ରହି ପ୍ରତୀକ୍ଷା କରିଛି ପ୍ରଗତିର ମହକକୁ ।
