STORYMIRROR

Satyanarayan Sahoo

Abstract Comedy Classics

3  

Satyanarayan Sahoo

Abstract Comedy Classics

ଲୋକ ହସା

ଲୋକ ହସା

1 min
122


ଦମ୍ଭଦର୍ପ , ଗର୍ବ , ଅଭିମାନ ଘେନି ଜନ

ଲୋକ ହସା ହୋଇ ଥାନ୍ତି ନିତି ପ୍ରତିକ୍ଷଣ ।


ମିଥ୍ୟାର ଚ।ତୁରୀ ଅଜବ ଅଟଇ ଭ।ରି

ହାସ୍ୟାସ୍ପଦ ତାହା ହେତୁ ହୋଇ ଥାନ୍ତି ପ୍ରାଣୀ ।


ପ୍ରକୃତି ର ବିକୃତି ରେ ଯାହା ଘଟି ଥାଏ

ଲୋକ ହସା ହୋଇ ତାହା ବିଦୃପିତ ହୁଏ ।


ଶ୍ୱାନ ଘୋଟକ ହେବାକୁ ଉଦ୍ୟମ କରିଲେ

କି ଅବା ଲାଞ୍ଜ ସଲଖି ବଳଦ ଚାଲିଲେ ।


ଥଟା ମଜା ହସ ରସ ଭାସ, କେଳି କର୍ମ

ଘେନି କାହିଁ କେହି କହ ଲଭିଛି ସୁନାମ ।


ସବୁ ଠାରେ ଲୋକ ହସା ତାର ଶ୍ରେୟକର

ଲୋକ ରୁଚି ଘେନି ବିଧି, ବିଧାନ ଭଣ୍ଡାର ।


ବିଧି, ବିଧାନ ଭଙ୍ଗ ରେ ହୁଏ ଲୋକ ହସା

ବିଧ। ତା - ବିଧାନ , କେହୁ କରିଛି ଅନ୍ୟଥା ?



Rate this content
Log in

Similar oriya poem from Abstract