STORYMIRROR

JITENDRA CHANDRA SAHOO

Comedy

3  

JITENDRA CHANDRA SAHOO

Comedy

ଭିନ୍ନ ଏକ ଶରତ

ଭିନ୍ନ ଏକ ଶରତ

1 min
116

ସନ୍ଧ୍ୟା ଧୂପ ଦେଇ ପ୍ରାଣ ପ୍ରିୟ ସହି

ବସିଲେ ପାଶେ ମୋହର

ମାନ ଅଭିମାନ କଥା ଯାହା ଥିଲା

କହିଗଲେ ମୋ ଆଗର ।୧।


ଘରେ ବସି ବସି ବିରକ୍ତି ଲାଗୁଛି

ବୁଲାଅ ଟିକେ ଏଥର

ତୁମେ ଖାଲି ଏକା କରୁଛ ଚାକିରି

ଦିଅ ଆମକୁ ନଜର ।୨।


ସରି ଯାଉ ଧନ ଶ୍ରାବଣର ଧାରା

ବୁଲିବା ମଠ ମନ୍ଦିର

ଆସୁଛି ଶରତ ବୁଲିବା ତୁରିତ

ତାରିଖ ରଖ ନଜର ।୩।


ବିତିଗଲା ଦିନ ଆସିଲା ତାରିଖ

ମନେ ନଥିଲା ଟି ମୋର

କର୍ମ କ୍ଷେତ୍ରୁ ଫେରି ଦେଖିଲି ଦୁଆରେ

ଚପଲ ଜୋତା କାହାର ।୪।


ଓହ୍ଲାଉ ଓହ୍ଲାଉ ମୋ ଗାଡ଼ି ଉପରୁ

ଶ୍ରୀମତୀ ଆସି ହାଜର

ଗଦ ଗଦ ହୋଇ ଏକ ନିଃଶ୍ଵାସରେ

ଶରତ ଆସିଛି ଘର ।୫।


ତିନି ଚାରି ଦିନ ବୁଲାବୁଲି ହେବ

ଯୋଗାଡ଼ ସରିଛି ମୋର

ଭଲ ଗାଡ଼ି ଟାଏ ବୁଝିବା ଦାୟିତ୍ୱ

ବାକି ରହିଲା ତୁମର ।୬।


ସତେକି ପଥର ପଡ଼ିଲା ଉପର

ବୁଦ୍ଧି ହଜିଗଲା ମୋର

ଦର ହସଟାଏ ହସି ଦେଇ ମୁହିଁ

ଧୀରେ ଚଳିଲି ବଜାର ।୭।


ବଜାର ଛକରୁ ଗାଡ଼ିଟାଏ ବୁଝି

ଘରକୁ ଫେରିଲି ମୋର

ମୁଣ୍ଡରେ ମୁଣ୍ଡିଏ ବୁଦ୍ଧି ଅଛି ବୋଲି

ହସିଲି ଅନେକ ଥର ।୮।


ତିନି ଦିନ ବୁଲା ସରିଯିବା ପରେ

ବନ୍ଧୁ ବିଦା ହେଲେ ଘର

ମହାଭାରତଟା ବାକି ରଖି ଦେଲି

ବୁଝାଇ ମନକୁ ମୋର ।୯।


ଆସିଲେ ଶରତ ବୁଲିବା ସହର

କହିଥିଲ ମୋ ଆଗର

ଦୁଇ ଅର୍ଥ ଥିବା କଥା କହିବିନି

ବୁଦ୍ଧି ଶିଖିଲି ଏଥର ।୧୦।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy