STORYMIRROR

Kumar Manikanta Bhoi

Abstract Comedy Others

3  

Kumar Manikanta Bhoi

Abstract Comedy Others

ଗଣେଶ ପୂଜା

ଗଣେଶ ପୂଜା

1 min
136

ଭାଦ୍ରବ ମାସର ଚତୁର୍ଥ ତିଥିରେ

    ଶ୍ରୀ ଗଣେଶ ପୂଜା ହୁଏ

ଭକତି ଭାବରେ ଶିକ୍ଷାନୁଷ୍ଠାନରେ

  ପୂଜା ପାଠ କରାଯାଏ ।୧।


 ବିଘ୍ନ ବିନାଶକ ହେ ପ୍ରଭୁ ଗଣେଶ  

ସର୍ବ ଜ୍ଞାନର ଭଣ୍ଡାର 

ତବ କୃପା ବଳେ ଅଜ୍ଞାନ ତିମିର  

ନିମିଷକେ ହୁଏ ଦୂର ।୨।


ତୁମରି ଦୟାରୁ ଅଧମ ମୂରୁଖ 

ଲଭନ୍ତି ଜ୍ଞାନୀ ପଣ୍ଡିତ 

ଅବାଟକୁ ଗଲେ ଦେଖାଅ ପ୍ରଭୁ ହେ

ସତ୍ୟ,ଧର୍ମ, ନ୍ୟାୟ ପଥ ।।୩।।


ପ୍ରତି ଶୁଭ କର୍ଯ୍ୟେ ଧରି ତୁମ ନାମ 

ଜପନ୍ତି ଧାର୍ମିକ ଜନ

ତୁମରି ନାମକୁ ସୁମରଣ। କରି

ଲଭନ୍ତି ଅପାର ଜ୍ଞାନ।।୪।।


ହେ ମଙ୍ଗଳମୟ ଦୟାଳୁ ଗଣେଶ

 ସର୍ବ ଦୁଃଖ ବିନାଶକ

ପାର୍ବତୀ ନନ୍ଦନ ହେ କଲ୍ୟାଣମୟ 

 ସୁଖ ଶାନ୍ତି ପ୍ରଦାୟକ।।୫ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumar Manikanta Bhoi

Similar oriya poem from Abstract