Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଡୁଲେଶ୍ବର କୁମାର ସାହୁ

Comedy Romance Classics

3  

ଡୁଲେଶ୍ବର କୁମାର ସାହୁ

Comedy Romance Classics

ରାକ୍ଷୀ

ରାକ୍ଷୀ

1 min
179


ସ୍ନେହର ବନ୍ଧନେ ସ୍ନେହର ଜତନେ

ବାନ୍ଧି ଦେଲି ଭାଇ ରାକ୍ଷୀ

ଭାଇ ଭଉଣୀର ସମ୍ପର୍କ ଆମର

ରହିଲା ଏ ସୁତା ସାଖି l


ବ୍ୟାସ ପୂର୍ଣ୍ଣିମା ଶେଷ ଦିବସରେ

ବନ୍ଧାଯାଏ ଏହି ରାଖି

ଦୀପଟିଏ ଜାଳି ତିଳକ ଲଗାଇ

ଈଶ୍ୱରଙ୍କୁ ଦେଲି ସାଖି l


ସୁରକ୍ଷା ଦେଉଛି ଶପଥ ନେଉଛି 

ଦୁଃଖ ଦେବି ନାହିଁ କେବେ

ଦୁଃଖ ଠେଲି ଆସେ ଜଦି କେବେକେବେ

ନିଜେ ସମର୍ପିବି ତେବେ l


ତୁ ପରା ମୋର ଅତି ନିଜର

ସ୍ନେହ ଆଦରରେ ଜୀବନ ତୋର

ହସ ଖୁସିରେ ଜୀବନ ଥାଉ

ଭାଇ, ଭଉଣୀର ପ୍ରେମ ଆମର l


ଆକାଶ ଦେଖୁଛି ମାଟି ସାଖିଅଛି

କରିବିନି ଦିନେ ପର

ମହକୁଥିବ ଆମରି ସମ୍ପର୍କ

ଆଶିର୍ବାଦ ପ୍ରଭୁଙ୍କର l


Rate this content
Log in

Similar oriya poem from Comedy