ଦେଶ
ଦେଶ
ହିଂସା ନୁହେଁ ଅହିଂସା ମହକି ଯିବ
ଏବେ ଜୀବନକୁ
ବାଜି ଲଗାଇବାର ସମୟ
ଚାଲ - ମାଡ଼ିଚାଲ
ଦେଶପାଇଁ ସଂଘର୍ଷ କରିଚାଲ
ବନ୍ଧୁକର ଗୁଳିକୁ
ଖାତିର୍ କରନାହିଁ
ଫୁଟୁଥାଉ ଢୋ ଢୋ ହୋଇ
ଜୀବନକୁ ମୁଠାଏ ହାତରେ ଭିଡି ରଖ
କୋଉଠି ହାର୍ ନମାନୁ ଯେମିତି
ଦେଶ ପାଇଁ ଜୀବନଟିଏ
ଦେଶ ପାଇଁ ସପନଟିଏ
ଦେଇପାରିବାନି l
ଆଲୁଅ ଭିତରେ ଅନ୍ଧାର
ଅନ୍ଧାର ଭିତରେ ଆଲୁଅ
ଖୋଜିବାଟା ଶିଖ
ଜାତି ଜାତି ଭିତରେ ସମ୍ପର୍କ
ଧର୍ମ ଧର୍ମ ଭିତରେ ସମ୍ପର୍କ
ଗଢିବାଟା ଟିକେ ଶିଖ
ଦେଖିବ ଦେଶ - ମହାଦେଶ ପାଲଟିଯିବ
ପାଲଟିଯିବ ସୁନାର ଫୁଲ
ପାଲଟିଯିବ ସୁନାର ଦେଶ
ମହକୁଥିବ ମଲ୍ଲିଫୁଲର ବାସ୍ନା ଭଳି
ହସୁଥିବ ଲାଲ୍ ଗୋଲାପର ଫୁଲ ଭଳି l
ଦେଶକୁ ଆଦେଶ ଦିଅ ନାହିଁ
ଦେଶର ଆଗେ ଆଗେ ଧାଇଁଚାଲ
ଯୁଦ୍ଧ କରିବାକୁ
ହିଂସା ମଣିଷ ମାନଙ୍କର ବିରୁଦ୍ଧରେ
ସଂଘର୍ଷ କରିଚାଲ
ଦେଶର ମାନ ସମ୍ମାନ ପାଇଁ
ମାଟି ମା'ର ପ୍ରେମ ଓ ଆଦର ପାଇଁ l
