ଭାଇ ହାତ ଦେ
ଭାଇ ହାତ ଦେ
ସ୍ନେହର ବନ୍ଧନେ ସ୍ନେହର ଜତନେ
ବାନ୍ଧି ଦେଲି ଭାଇ ରାକ୍ଷୀ
ଭାଇ ଭଉଣୀର ସମ୍ପର୍କ ଆମର
ରହିଲା ଏସୁତା ସାଖି ll
ବ୍ୟାସ ପୂର୍ଣ୍ଣିମା ଶେଷ ଦିବସରେ
ବନ୍ଧାଯାଏ ଏହି ରାକ୍ଷୀ
ଦୀପଟିଏ ଜାଳି ତିଳକ ଲଗାଇ
ଈଶ୍ୱରଙ୍କୁ ଦେଲି ସାଖି ll
ସୁରକ୍ଷା ଦେଉଛି ସପଥ ନେଉଛି
ଦୁଃଖ ଦେବି ନାହିଁ କେବେ
ଦୁଃଖ ଠେଲି ଆସେ ଜଦି କେବେକେବେ
ନିଜେ ସମପ୍ପିବି ତେବେ ll
ତୁ ପରା ମୋର ଅତି ନିଜର
ସ୍ନେହ, ଆଦରରେ ଜୀବନ ତୋର
ହସ ଖୁସିରେ ଜୀବନ ଥାଉ
ଭାଇ, ଭଉଣୀର ପ୍ରେମ ଆମର ll
ଆକାଶ ଦେଖୁଛି ମାଟି ସାଖିଅଛି
କରିବିନି ଦିନେ ପର
ମହକୁ ଥିବ ଆମରି ସମ୍ପର୍କ
ଆଶିର୍ବାଦ ପ୍ରଭୁଙ୍କର ll
