STORYMIRROR

ଡୁଲେଶ୍ବର କୁମାର ସାହୁ

Drama Action

4  

ଡୁଲେଶ୍ବର କୁମାର ସାହୁ

Drama Action

ଭାଇ ହାତ ଦେ

ଭାଇ ହାତ ଦେ

1 min
344


ସ୍ନେହର ବନ୍ଧନେ ସ୍ନେହର ଜତନେ

ବାନ୍ଧି ଦେଲି ଭାଇ ରାକ୍ଷୀ

ଭାଇ ଭଉଣୀର ସମ୍ପର୍କ ଆମର

ରହିଲା ଏସୁତା ସାଖି ll


ବ୍ୟାସ ପୂର୍ଣ୍ଣିମା ଶେଷ ଦିବସରେ

ବନ୍ଧାଯାଏ ଏହି ରାକ୍ଷୀ

ଦୀପଟିଏ ଜାଳି ତିଳକ ଲଗାଇ

ଈଶ୍ୱରଙ୍କୁ ଦେଲି ସାଖି ll


ସୁରକ୍ଷା ଦେଉଛି ସପଥ ନେଉଛି 

ଦୁଃଖ ଦେବି ନାହିଁ କେବେ

ଦୁଃଖ ଠେଲି ଆସେ ଜଦି କେବେକେବେ

ନିଜେ ସମପ୍ପିବି ତେବେ ll


ତୁ ପରା ମୋର ଅତି ନିଜର

ସ୍ନେହ, ଆଦରରେ ଜୀବନ ତୋର

ହସ ଖୁସିରେ ଜୀବନ ଥାଉ

ଭାଇ, ଭଉଣୀର ପ୍ରେମ ଆମର ll


ଆକାଶ ଦେଖୁଛି ମାଟି ସାଖିଅଛି

କରିବିନି ଦିନେ ପର

ମହକୁ ଥିବ ଆମରି ସମ୍ପର୍କ

ଆଶିର୍ବାଦ ପ୍ରଭୁଙ୍କର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama