STORYMIRROR

ଡୁଲେଶ୍ବର କୁମାର ସାହୁ

Drama

3  

ଡୁଲେଶ୍ବର କୁମାର ସାହୁ

Drama

ମତେ ଥରେ ଆଉଁଷି ଦେଇ ଯା

ମତେ ଥରେ ଆଉଁଷି ଦେଇ ଯା

1 min
199

ଶୀତ ଆରେ ଶୀତ ମତେ ଥରେ ଆଉଁଷି ଦେଇ ଯା

ତୋର କଅଁଳିଆ ହାତ

ତୋର ମିନି ମିଚିଆ ପାଦ

ତୁ ଦୂର ଦୂରାନ୍ତ ଦେଖୁଥିବା ଦୁଇ ଆଖିକୁ ମତେ ଥରେ

ଆଉଁଷି ଦେଇ ଯା

ଶୀତ ଆରେ ଶୀତ ମତେ ଥରେ ଆଉଁଷି ଦେଇ ଯା ।


ତୁ ମୋ ସହ ଝଗଡ଼ା କଲେ 

ମୁଁ ତତେ ଡରି ସୁଇଟର୍ ପିନ୍ଧି ବସେ

ତୁ ମୋ ସହ ବଦ୍ ମାସି କଲେ 

ମୁଁ ତତେ ଡରି ଝରକା ବନ୍ଦ କରି ବସେ

ତୁ ମୋ ସହ ମାଡ଼ ଗୋଲ୍ କଲେ 

ମୁଁ ତତେ ଡରି ତତେ ଦକ୍ ଦକ୍ ନିଆଁରେ ଧ୍ୱଂସ କରିଦିଏ।


ତୁ ଆସିଲେ ମୁଁ ଖୁବ୍ ହସେ ଖୁବ୍ ହସାଏଁ

ତୁ ଆସିଲେ ପ୍ରକୃତିର ଅଭୟାରଣ୍ୟ ସତେଜ୍ ଲାଗୁଥାଏ

ଲାଲ୍,ହଳଦିଆ,ସବୁଜରେ ରଙ୍ଗ ଓ ବେରଙ୍ଗି

ତୁ ଆସିଲେ ଛାତି ମୋ ଥରେ ବାର୍ ବାର୍ ବାରମ୍ବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama