STORYMIRROR

ଡୁଲେଶ୍ବର କୁମାର ସାହୁ

Horror Romance Action

3  

ଡୁଲେଶ୍ବର କୁମାର ସାହୁ

Horror Romance Action

ଏବେ ମୁଁ ହସୁଛି

ଏବେ ମୁଁ ହସୁଛି

1 min
164

ମୁଁ ହସିଲେ ହସୁଛି

ମୁଁ କାନ୍ଦିଲେ କାନ୍ଦୁଛି ହେଲେ କାହିଁକି

ମୋର ଗୋଟେ ଡୁବ୍ଲିକେଟ ଫଟୋ ଭଳି l


ମୁଁ ବାଆଁ ହାତକୁ ଟେକିଦେଲେ

ସେ ବି ଫଟ୍ କରି ଟେକି ଦଉଛି

ମୁଁ ନାଚିଲେ ସେ ବି ନାଚୁଛି

ନିଧୁମ୍ ମୋଠୁବି ବେଶି l


ଆଇନା ଓ ମୁଁ ଗୋଟେ ଝିଅ କଥା

ବସି ଲେଖୁଛେ

ମୁଁ ଲେଖୁଛି,ସେ କହୁଛି

ଥରେ ନୁହଁ ଅନେକ ଥର

ମୁହଁ ସଜାଡିବାର କଥା l


ଖାଇବା ବେଳେ, ପିଇବା ବେଳେ

ବାହାରକୁ ଗଳେ, ଘରକୁ ଆସିଳେ

ସେ ସବୁବେଳେ ସେମିତି ଅଛି

ବଦଳୁଛି ମୁଁ ଓ ଏଦୁନିଆଁ l


ଆଇନା ମୋ ସହିତ କଥାହୁଏ

ଭିଡିଓ କଲିଙ୍ଗ୍‌‌ କଲା ଭଳି

ଘଣ୍ଟାଏ ପରିଚୟ ଦିଏ ଓ ମାଙ୍ଗେ

ସବୁଦିନେ ତା 

ମେକ୍ଅପ୍ ଟାଇମ୍ ରେ

ଏବେ ମୁଁ ଆଇନା ଭିତରେ

ଆଇନା ମୋ ଭିତରେ ।


Rate this content
Log in

Similar oriya poem from Horror