ତୁ ଯେମିତି ଏକ୍ଲା ଏକ୍ଲା
ତୁ ଯେମିତି ଏକ୍ଲା ଏକ୍ଲା
ତୁ ଯେମିତି ଏକ୍ଲା ଏକ୍ଲା
ମୁଁ ସେମିତି ଏକ୍ଲା ଏକ୍ଲା
ବାଟ ଚାଲୁଥାଏଁ l
ତୁ ଯେବେ ମୋ ଘର ବାଟ ଦେଇ ଯାଉ କଲେଜ
ମୁଁ ତତେ ଝର୍କା ଭିତରୁ ଅନାଏ ଠିକ୍
ନଅ ଟା ବାଜି ପାଞ୍ଚ ମିନିଟ୍ ରେ l
ତୁ ସାଙ୍ଗ ମାନଙ୍କର ସହ
ନିତି ଦିନିଆଁ କଥା ହଉ
ପ୍ରେମ ବାଣ୍ଟୁ ମୁଁ ଯେ
ଏକ୍ଲା ପଣର ଗୀତ ଶୁଣାଏ
ଉଦାହରଣ ଦେଇ ବସେ l
ମନ ଦିଏ ବୋଳି - ପ୍ରେମ କରେ
ଛବି ହୁଏ ବୋଳି - ତାକୁ ଆଙ୍କେ
କଥା ହୁଏ ବୋଳି ତ - କବିତା ଲେଖେ l
ମେଘ ନଥାଇବି ବର୍ଷା ହୁଏ
ପ୍ରେମ ଯେବେ ପାଖେ ଥାଏ
ଆମେ ଦୁହେଁ ମାଟି ଓ ଆକାଶ ବୋଳି ତ l


