STORYMIRROR

Satyanarayan Sahoo

Abstract Horror Action

3  

Satyanarayan Sahoo

Abstract Horror Action

ସ୍ବପ୍ନର ରୋମାଞ୍ଚ

ସ୍ବପ୍ନର ରୋମାଞ୍ଚ

1 min
203

ଏକଇ ନିଶୀଥେ ଉଠି ଅଚାନକ

ପରିଦର୍ଶନ ପ୍ରକ୍ରିୟା

ଚାହିଁ କି ଚକିତ ହୋଇ ଉଠେ ମନ

କେଶନ ଘଟିଲା ଏହା ।


ଭାବି ଭାବି ମନ ପ୍ରାଣ ଆଚମ୍ବିତ

ହୋଇ ଉଠେ ପ୍ରକମ୍ପିତ 

ବହୁ ଚେଷ୍ଟା ପରେ ଅନୁସନ୍ଧାନରୁ

ଲଭିଲି ଏଇ ସିଦ୍ଧାନ୍ତ ।


ସୁସୁପ୍ତି ଅଵସ୍ଥା ଘଟାଏ ଏ ପରି

ନିଦ୍ରା ଭଙ୍ଗେ ଅତର୍କିତ

ଜଗତ ଜୀବନ ନିଗୂଢ଼ ରହସ୍ୟ

ରହିଛି ଯହିଁ ଗୁମ୍ଫିତ ।


ଅଚେତନ ଆଉ ଅବଚେତନର

ମିଳନ ଘଟିବା ପରେ

ଅନେକ ସ୍ଥାନରେ ଅନେକ ପ୍ରକାର

ବିଚିତ୍ର ପ୍ରଭାବ ପଡେ ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract