STORYMIRROR

Sunanda Mohanty

Abstract Horror Thriller

3  

Sunanda Mohanty

Abstract Horror Thriller

ଜୀବନ ଓ ମୃତ୍ୟୁ

ଜୀବନ ଓ ମୃତ୍ୟୁ

1 min
132

ଜୀବନ ସୂତ୍ର ଖୋଜୁ ଖୋଜୁ

ମୃତ୍ୟୁର ପରୱାନା ବୁଲୁଥାଏ

ଜୀବନ ଗଣିତ କଷି ବଞ୍ଚୁ ବଞ୍ଚୁ

ମୃତ୍ୟୁ ଚିତ୍ରଗୁପ୍ତଙ୍କୁ ଡକାଏ

ଜୀବନ ସଫଳତା ରେ ଇର୍ଷା ଦ୍ୱେଷ

ତ କାଳ ଛଞ୍ଚାଣ ଉଡୁଥାଏ

ଜୀବନ ଅସଫଳତା ଭିତରେ

ମୃତ୍ୟୁ ସଂସାର ଅସାର କହୁଥାଏ

ଜୀବନ ସଂଘର୍ଷ ଭିତରେ କେବେ

ମୃତ୍ୟୁ ଦ୍ଵାର ଦେଶରୁ ଅଳ୍ପ ଘୁଞ୍ଚିଯାଏ

ଜୀବନ ଯେବେ ଉଜାଣି ଯମୁନା

ମୃତ୍ୟୁ ଫାଶ ପକାଇ ଗଣ୍ଠି କରୁଥାଏ

ଜୀବନ ରହସ୍ୟ ବୁଝୁ ବୁଝୁ

ମୃତ୍ୟୁ ଓ ସମୟର ଛକାପଞ୍ଝା ହୁଏ

ଜୀବନ ଗତାନୁଗତିକ ଭିତରେ ଯେବେ

ମୃତ୍ୟୁ ଜୁଇ ଜଳାଇ ଜୀବନ ମାନେ କହେ

ଜୀବନ ଥିଲାବେଳେ ଉପକାର କର ନକର

ଅପକାର ଚିନ୍ତା କରନା ଶେଷ ଯାଏ ମୃତ୍ୟୁ କହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract