Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Romance Tragedy

3  

Satyanarayan Sahoo

Horror Romance Tragedy

ଅପନ୍ତରା ସ୍ଥାନର କାହାଣୀ

ଅପନ୍ତରା ସ୍ଥାନର କାହାଣୀ

1 min
156


କାହିଁ କେଉଁ କାଳୁ ସହରକୁ ଲାଗି

ଅପନ୍ତରା ଟିଏ ଆସି ଅଛି ରହି ।


ଅନାବନା ଗଛ ଲତା ତୃଣ ଗୁଳ୍ମ

ଆଚ୍ଛାଦିତ ହୋଇ ଦିଶେ ଅନୁପମ ।


ଅସରୀରି ଆତ୍ମା ଆବାସ ସ୍ଥଳୀ ସେ 

ଅନେକ ସମୟେ ଜନମନ ତ୍ରାସେ ।


ଶିହରୀ ଉଠଇ ଗଲେ ସେଇ ପଥେ

ସନ୍ଧ୍ୟା ହେଲା ମାତ୍ରେ ବାହାରନ୍ତି କେତେ ।


ଅସରୀରୀ ଆତ୍ମା ହୋଇ ଦଳ ଦଳ

ରଚି ନାନା ବିକଟାଳ କୋଳାହଳ ।


ସେଇ ଭୁତ ଚଢ଼ିଥିଲା ଥରେ ଆସି

କହି ଥାଏ ବହୁ ଗଳପ କାଳିସି ।


ପ୍ରଭାତୀ ତାରାର ପରଶ ପାଇବା 

ସହିତ ଭୁତଙ୍କ ଗହଳ ଭାଙ୍ଗିବା ।


ଶୁଣା ଯାଇଥାଏ କାଳିଶୀ ମୁଖରେ

ଅତିଭୟଙ୍କର ନାଟ ସେ ଠାବ ରେ ।


ଲାଗି ରହି ଥାଏ ଭୁତ ମାନ ଙ୍କର

ଆତଙ୍କ ଖେଳାଇ ଅତି ଭୟଙ୍କର ।


Rate this content
Log in

Similar oriya poem from Horror