STORYMIRROR

ANUPAMA SAHU

Horror Fantasy Others

3  

ANUPAMA SAHU

Horror Fantasy Others

ଅନ୍ଧାର କାଳ

ଅନ୍ଧାର କାଳ

1 min
244

ଅନ୍ଧାରକୁ ଦେଖ କେତେ ଭୟାତୁର

ଲଢେଇ କରୁଅଛି ଦୀପ ଜାଗର ।

ଗଜ ପକ୍ଷେ ପିମ୍ପୁଡ଼ି ସାମାନ୍ୟ ଜୀବ

ପରିଶ୍ରମରେ ହସ୍ତୀ ହାର ମାନିବ ।

ଦିବସ ରଜନୀ ବିପରୀତ ମୁଖୀ  

ବିସ୍ତାରିତ ହୁଅନ୍ତି କାଳକୁ ଦେଖି ।

ସୃଷ୍ଟି ଅଛି ପୁଣି ବିନାଶ ରହିଛି

ପ୍ରଶ୍ନ ରହିବାରେ ଉତ୍ତର ରହିଛି ।

କରତାଳି ହୁଏ ଉଭୟ ହସ୍ତରେ

ଦୁଇଟି ଜିନିଷ ଗୋଟିଏ କାମରେ ।

କମଳ ତପନ କଇଁ ପାଇଁ ଜହ୍ନ

ଆଲୁଅ ଅନ୍ଧାର ହେବ ଅବସନ୍ନ ।



Rate this content
Log in

Similar oriya poem from Horror