କାଉଁରୀ ହାଡ଼
କାଉଁରୀ ହାଡ଼
କେମିତି କହିବି କେମିତି ବର୍ଣ୍ଣିବି
ମୁଁ ନୁହେଁ ବର ବର୍ଣ୍ଣିନୀ
ରକତକୁ ସ୍ୟାୟୀ କରି ମୁଁ ଲେଖୁଛି
ହାଡ଼ ମୋ ଆଜି ଲେଖନୀ ।
ନବ ବରଷଟା ଆସିଲା ସୁଖରେ
ମୁଁ ଯେ କିଲୋ ଅଭାଗିନୀ
କେମିତି କହିବି କେମିତି ବର୍ଣ୍ଣିବି
ମୁଁ ନୁହେଁ ବର ବର୍ଣ୍ଣିନୀ ।
ଦେଖାହୋଇଥିଲା ଲମ୍ପଟ ପ୍ରେମିକ
ଗଲା ନବ ବରଷରେ
ପ୍ରେମ ନିରଞ୍ଜନା ନିମଗ୍ନେ ବହିଲା
ଆଣିଲା ତାହାର କରେ ।
ସବୁଦିନ କେତେ ଖୁସିରେ ମୋହର
ଯାଉଥିଲା ଦିନ ବିତି
ପ୍ରପଞ୍ଚ ପୁରୁଷ ବେଳ ଖୋଜୁଥିଲା
ଆସିବ ଦିନେ ମୋ କତି ।
ଛଳନା ରେ ତାର ଭରିଥିଲା ବିଷ
ହୋଇଥିଲା ସେତ ଖୁନୀ
କେମିତି କହିବି କେମିତି ବର୍ଣ୍ଣିନୀ
ମୁଁ ନୁହେଁ ବର ବର୍ଣ୍ଣିନୀ ।
ପୁନେଇଁରାତୀର ଜୋଛନା ଆଲୋକେ
ପିସାଚ ପ୍ରେମିକ ମୋର
ଓଠରେ ତାହାର ଜହର ଭରିକି
ପ୍ରାଣ କଲା ନାରଖାର ।
ମୋ କୁଆଁରୀ ହାଡେ ଶିଖୁଛି ସାଧନା
ହେବାକୁ ସମାଜେ ଧନୀ
କେମିତି କହିବି କେମିତି ବର୍ଣ୍ଣିନୀ
ମୁଁ ନୁହେଁ ବର ବର୍ଣ୍ଣିନୀ ।
କୁଆଁରୀ ଆଖିର ନିଆଁ ଝଲକାରେ
ଜାଳିଦେବି ତାର ତନୁ
ପ୍ରତିଶୋଧ ଆଜି ସମୂଳେ ଧ୍ବଂସିବି
ତେଜିଲାଣି ଦିନୁ ଦିନୁ ।
ଏଇ ନବ ବର୍ଷ ତିନି ତାରିଖ ମୋ
ଦେହରେ ଜାଳିଛି ଅଗ୍ନି
କେମିତି କହିବି କେମିତି ବର୍ଣ୍ଣିନୀ
ମୁଁ ନୁହେଁ ବର ବର୍ଣ୍ଣିନୀ ।

