Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Romance Children

3  

Satyanarayan Sahoo

Horror Romance Children

ପରୀ କାହାଣୀ

ପରୀ କାହାଣୀ

2 mins
143



ପରୀ ବୋଲି ଥିଲା ଛୋଟ ଝିଅ ଟିଏ

କେତେ କରୁଣ ଯାତନା

ସହି ଓ ସଂଭାଳି ଆସି ଥିଲା ବଢ଼ି

ସବୁ କାମ ରେ ନିପୁଣ। ।


ବାପା ମାଆ ଭାଇ ନ ଥିଲେ ବି କେହି

ମାମୁଁ ଘରେ ରହି ପାଠ

ପଢ଼ିବା ସହିତ ଶ୍ରେଣୀ ରେ ସେ ଥିଲା

ସବୁ ଠାରୁ ଭଲ ଚାଟ ।


ସଭିଏଁ ତାହାକୁ କରନ୍ତି ଆଦର

ଭଲ ତାର ବ୍ୟବହାର

ଆଈମା କାହାଣୀ ଗପ କେତେ ଶୁଣି

ବଢି ଥିଲା ଜ୍ଞାନ ତାର ।


 ଆସୁଥିବା ବେଳେ ଅଚାନକ ଦିନେ

 ଗାଁ ସ୍କୁଲ ଅଭିମୁଖେ

ନିଛାଟିଆ ସ୍ଥାନ ହେତୁ ରୁ ସେଦିନ

ଛୁଆ ଧରା ତାକୁ ଦେଖେ ।


ଧାଇଁ ଆସି ବେଗେ ନାକରେ ସୁଙ୍ଘାଇ

ଉତ୍କଟ ନିଶା ଔଷଧ

ଧରି ନେଇ ଗଲା ଜଣେ ଦେଖି ଦେଲା

ଲୋକ ଟିର ମନ ବୋଧ ।


ପାଇଁ ମିଛ କହି ତହୁଁ ଗଲା ଖସି

ପରୀ କୁ ଧରି ସେ ଦୃତ

କିଡିନୀ ଓ ଆଖି ଦେବା ପାଇଁ ବିକି

ଲକ୍ଷ୍ୟ ରଖି ସେହି ଧୂର୍ତ୍ତ ।


ଅର୍ଦଧନିର୍ମିତ ସେ ଏକ ଗୃହେ ନେଇ

ପରୀ କୁ ଦେଲା ଶୁଆଇ

ସେହି ପରି ଛୋଟ ପିଲା ମାନେ ସେଠି

ଥିଲେ ଯେ ଅଚେତ ହୋଇ ।


ଚାରି ପାଞ୍ଚ ଜଣ ପିଲା ଙ୍କୁ ଧରିଣ

ଦୂର ସ୍ଥାନେ ନେବା ପାଇଁ 

ଯୋଜନା ପ୍ରସ୍ତୁତି ସମୟ ରେ ନିଶା

ଛାଡ଼ି ଯେ ଗଲା ପରୀ ର ।

ଆଖି ବୁଜି ଶୁଣି ଚାଲି ଥାଏ ସବୁ

କଥା ସେହି ମାନ ଙ୍କର ।


ଆଖି ଖୋଲି ଦେଖି ଚକିତ ହୋଇ ସେ

ଉଠିଲା ବେଳକୁ ବେଳ  

ଧୂର୍ତ୍ତ ଙ୍କ ହାତ ରେ ମାରିବା ନିଶ୍ଚିତ

ଭାବି ଭାବି ମନ ବଳ ।


ଦମ୍ଭ କରି ଦେଖେ ଧାରୁଆ ଅସ୍ତ୍ର ରେ

କାଟି ବାକୁ ଅଗ୍ରସର

ଗୋଟିଏ ପିଲା କୁ ହେଉଥିବା ବେଳେ 

ଅଚାନକ ଉଠି ପଡ଼ି

ପଛରୁ ଭିଡ଼ି ସେ ଧରି କି ଛଡ଼ାଇ

ନେଇ ଗଲା ଅସ୍ତ୍ର ପରୀ ।


ତାହା ସାହାଯ୍ୟରେ ତାପରେ ଘାତକ

ହାତକୁ ଦେଲା ସେ ଖଣ୍ଡି

ଅନ୍ୟ ମାନଙ୍କ ର ମୁଖ ରେ ଶୀତଳ

ଜଳ ଛିଞ୍ଚି ଚେତା କରି ।


ଉଠାଇ ତାହାଙ୍କ ଯୋଗେ ସେ ଅନେକ

ଲୋକ ଙ୍କୁ ଘେନି ସେଠିକି

ଆଣି ଦେଖାଇଲା ଛୁଆ ଧାରା ଲୀଳା

ଥିଲା କେଡେ ଭୟଙ୍କରୀ ।


ପରୀ କୁ ତାହାର ସାହସୀ କତାର

ମିଳିଥିଲା ପୁରସ୍କାର 

ଛୁଆ ଧାରା ଟି ଯେ ରହି ଜିଆଲ ରେ

ଯାପିଲା ଦୁଃଖ ରେ କାଳ ।


ପରୀ ର କାହାଣୀ ମନ ପ୍ରାଣ ହାଣି

 ପକାଏ , କି ! ଭୟ ଙ୍କର

କାଳ ର କରାଳ ଗ୍ରାସ ରୁ ନିଜ ର

ବୁଦ୍ଧି ରେ ହେଲା ଉଦ୍ଧାର ।



Rate this content
Log in

Similar oriya poem from Horror