STORYMIRROR

SUKANTA KHANDA

Horror Others

4  

SUKANTA KHANDA

Horror Others

ଭୟାତୁର ଆତ୍ମାନୁଭୁତି

ଭୟାତୁର ଆତ୍ମାନୁଭୁତି

1 min
345


ଅମାବାସ୍ୟା ଦିନ ରାତି ବାରଟାରେ

ବସିଥିଲି ସାଙ୍ଗମେଳେ

ଦେଶ ବିଦେଶର ବାର୍ତ୍ତାଳାପ ଥିଲା 

ପରସ୍ପର ସେହି କାଳେ।୧

ବସୁବସୁ ମୋତେ ପୋଖରୀ ପାଣିଟା

ଲାଗିଲା ହଠାତ ଯେବେ

କୁମୁଟିଆ ନଦୀ କୂଳେ ନିଶ୍ଚିନ୍ତରେ

ବସିଗଲି ଯାଇ ତେବେ।୨

ସାମନାକୁ ଯେବେ ଦେଖିଲି ଭୟରେ

ଥରହର ହେଲା ମନ

ବିଶାଳ ଭୁତଟା ଠିଆ ହୋଇଥିଲା

କା'ପାଖେ ଥିଲା ତା ଧ୍ଯାନ।୩

ପୋଖରୀ ପାଣିଟା ଆପେ ବନ୍ଦ ହେଲା

ପଛକୁ ଫେରି ଆସିଲି

ନାଳଝାଳ ହୋଇ ଘରକୁ ସେକ୍ଷଣି

ଭୟରେ ଦୌଡ଼ି ଚାଲିଲି।୪

ଏହି ଅନୁଭୂତି ଆଜିକାଲି ଯେବେ

ମନରେ ପଡ଼େ ମୋହର

ପିଣ୍ଡରୁ ପ୍ରାଣଟା ଉଡିଗଲା ପରି

ଏ ରଥରୁ ଝରେ ନୀର।୫

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror