ବିଜନତା
ବିଜନତା
କବି ପ୍ରାଣ ମୋର ହୁଅଇ ଅସ୍ଥିର
ଲେଖିବାକୁ ଦୁଇ ପଦ
ଶରଧାରେ ବସି ବିଜନ ବେଳାରେ
କାହାର ଶୁଣିଲି ଶଦ୍ଦ ।
ମନର ମାନସୀ ଆସେ ହସି ହସି
ଜ୍ୟୋତ୍ସ୍ନାଲୋକେ ଭିଜି ଭିଜି
ଓଠରୁ ତାହାର ସତେ ସୁଧା ଝରେ
ପୁଣି ଜବା ରଙ୍ଗେ ସାଜି ।
ମଥାରେ ଟାଣିଛି ସରୁ ଓଢ଼ଣୀ ସେ
ମୃଗ ନୟନାର ଠାଣି
ପାଗଳ ପରାୟେ ଲେଖନୀ ଚଳିଲା
ଶୁଣି ତା କୋକିଳ ବାଣି ।
ଶୁନ୍ୟ ଆକାଶର ଛାତ ତଳେ ବସି
ସତେ କି ଦେଖେ ମୁଁ ପରୀ
ସିଂହ କଟିବନ୍ଧ ପାଦରେ ପାଉଁଜି
ପ୍ରେମାନଳେ ଦେଲା ମାରି ।
ବକ୍ଷେ ଦେଶେ ମୋର ରୁଣୁଝୁଣୁ ଶଦ୍ଦେ
ଯେବେ ଚୁଡ଼ି ପିଟି ହୁଏ
ମୁଁ ଛାର ମାନବ କିପରି ସହିବି
ଦେବତା ପଡିବେ ମୋହେ ।
ବିଜନତା ଏକ ଶାନ୍ତ ସୌଧ ଗୃହ
ଭାବନାକୁ ଅନୁକୂଳ
କବିର ଲେଖନୀ ବିକଶିତ ଯେହ୍ନେ
ଚନ୍ଦ୍ରରେ ଚନ୍ଦ୍ର ମଣ୍ଡଳ ।

