STORYMIRROR

Chinmayee Sahoo

Horror

3  

Chinmayee Sahoo

Horror

ପୋଡ଼ା ମୁଁହି

ପୋଡ଼ା ମୁଁହି

1 min
184


ଆସୁଥିଲି ମୁଁ ଯେ ନିର୍ଜନ ନିଶିଥେ

ନିଛାଟିଆ ପଥପରେ

ସେଇବନପଥେ ଝଣତ୍କାର ସୁରେ

ସ୍ତବ୍ଧ କାହା କ୍ରନ୍ଦନରେ।


ଭାବିଲି ତତ୍କ୍ଷଣ ଏ ନିର୍ଜନତାରେ

ଶୁଭେ କେଉଁ ବାଳା ସ୍ୱର !

ଲାଗିଲା ସତେକି ପଡ଼ିଛି କବଳେ

 କେଉଁ ଏକ ଦୁର୍ଦ୍ଦାନ୍ତର।


ଅତି ହିଁ ବ୍ୟାକୁଳେ ଡାକୁଥିଲା କା'ରେ

ଅସହ୍ୟ ସେ ପୀଡନରେ

ଚାଲିଗଲି ସେହି ଶବ୍ଦପଥେ ବାରି

ମନ୍ତ୍ର ଚାଳିତ ଆଧାରେ।


ଦେଖିଲି ଦୂରରେ ପାଦପ ଉହାଡେ

ଏକ ବସ୍ତ୍ରହୀନା ନାରୀ

ଧର୍ଷିତା ପରାୟେ ମୁକୁଳିତ କେଶ

ଅଧଃ ମୁଖୀ ସୁକୁମାରୀ।


କାନ୍ଦଣା ଶୁଣିଣ ସହି ନ ପାରିଲି

ଡାକି ଦେଲି ଯେବେ କିଏ

ଚାହିଁ ଦେଲା ତେବେ ସେଇ ପୋଡ଼ା ମୁଁହି

ରକ୍ତପିପାଷୁ ପରାୟେ।


ସ୍ପନ୍ଦନ ମୋହର ଦ୍ରୁତ ଗତି ହେଲା

କରିଲି ଘୋରଚିତ୍କାର

ଭାଙ୍ଗିଗଲା ସ୍ୱପ୍ନ ହଜିଗଲା ନିଦ

ଆଶ୍ବସ୍ତ ହେଲି ସତ୍ୱର।


ଭାବିଲି ତେବେ ମୁଁ ହେଲା ଭାରି ଭଲ

ନ ଥିଲା ବାସ୍ତବ ଏହା

ନହେଲେ ତୁରନ୍ତ ସେଇ ଅମା ଘେରେ

ବୁଡିଥାନ୍ତା ପ୍ରାଣନାହା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror