STORYMIRROR

Amit Bal

Abstract Horror Tragedy

3  

Amit Bal

Abstract Horror Tragedy

ମୃତ୍ଯୁର ଛାଇ

ମୃତ୍ଯୁର ଛାଇ

1 min
246

କାହିଁ ଆତଙ୍କିତ କରେ ବେଳେ ବେଳେ ମୃତ୍ୟୁର ଛାଇ

ଏ ଦୁନିଆରେ ବଞ୍ଚି ରହିବାର ଖୁବ୍ ଗୋଟେ ମୋହନେଇ

ଯୋଜନାବଦ୍ଧ ଜୀବନା ଜୀଇଁବା ଅସମ୍ଭବ ମନେହୁଏ

ନିଃଶ୍ବାସ ଅଟକି ଯିବ କି ଆଉ ଏ ଭୟଭୀତ ମନକହେ,


ନିଶିର ନିର୍ଜନତା ଉଖାରେ ରହି ରହି ମୃତ୍ୟୁର ଭୟ

ମନ ରକ୍ତନଦୀ ସନ୍ତରଣକରେ ରହେନା ଜୀବନର ଲୟ

ଭାରି ଭାରି ଲାଗେ ଛାତି ନିରନ୍ତର ଆଶା ଆଶଙ୍କାରେ

କେହି ଜଣେ ଲୁଚି ବସିଛି ସତେକି ଅନ୍ଧାର ଉହାଡରେ ,


ତିଥିବାର ନକ୍ଷତ୍ରର ଲକ୍ଷ୍ମଣରେଖା ଲଂଘି ବେଳ ଥାଉଥାଉ

ଅକ୍ଳେଶରେ ହାତ ଲମ୍ବେଇ ସେ ଧରି ନେବାକୁ ଆଉ

ସମୟ ଠିଆ ହୋଇଛି ସେଠି ଖଣ୍ତେ ଦୂରେ ମୁହଁ ଲୁଚେଇ

ଧାରୁଆ ଛୁରୀରେ ଜୀବନକୁ ଟିକ୍ ଟିକ୍ କାଟିଦେବା ପାଇଁ


ଅକସ୍ମାତ କିଛି ବି ଘଟିପାରେ ଏ ଘନୀଭୂତ ଅନ୍ଧକାରରେ

ଅସରନ୍ତି ବିକଳ ବିଳାପ ଶୁଭୁଛି ଏଠି ମନ ଅଗଣାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract