ବୁଲା ଷଣ୍ଢ
ବୁଲା ଷଣ୍ଢ


ଗାଁ ଗଣ୍ଡା ଗଳିକନ୍ଦି ସବୁଠି
ମାତବର ଏବେ ବୁଲା ଷଣ୍ଢ ।
ବେଫିକର ଏହି ପ୍ରାଣୀ
ନାନାବିଧ ରଙ୍ଗ,
ମାନନ୍ତିନି କିଛି ବାଡ଼ ବତା
ନାଁ ଥାଏ କାହାରିକୁ ଭୟ ।
ଦିନକୁଦିନ ବୁଲା ଷଣ୍ଢ ସଂଖ୍ୟା
ବି ପ୍ରବଳ, ବେଳକାଳେ
ରାସ୍ତାଘାଟ ଥରହର ,ଧୂଳିଉଡେ
ଲଢାଲଢି ଚାଲେ ଘନଘୋର,
ଅକାରଣେ ଭାଙ୍ଗି ଯାଏ ଗାଡ଼ି ଘୋଡା
ବିଚରା ଗରିବଙ୍କ ଝାଟିମାଟି
ଚାଳ ଘରଦ୍ୱାର ।
ମେଲାଖାଉ ବୁଲା ଷଣ୍ଢ
ନଷ୍ଟ କରେ ଗଛବୃକ୍ଷ
କ୍ଷେତରେ ଫସଲ,
ଶିବଶମ୍ଭୋ ବାହନ ପ୍ରକଟେ
ଚାଷୀ ମୁଣ୍ଡେ ହାତ ଦିଏ
କ୍ଷତି ସହେ, ରାତି ରାତି
ରହେ ଉଜାଗର ।
ଷଣ୍ଢମାର୍କା ଟୋକା ଯେତେ
କାଶିଆ କପିଳା,
ଧରିବାକୁ ବାନ୍ଧିବାକୁ ବୁଲା ଷଣ୍ଢ
ଭାରି ସିଦ୍ଧହସ୍ତ,
ଓଗାଳନ୍ତି କାଳିଦାସ ଚଉପଦୀ ଛାନ୍ଦ
ପ୍ରଦର୍ଶନ୍
ତି କଳା ଓ କୈ।ଶଳ ।
ଗାଁ ଲୋକେ ମେଳି ବାନ୍ଧି
ନିଜ ଗାଁ ଷଣ୍ଢ ସବୁ ରାତାରାତି
କିଛିଦୂର ଅନ୍ୟ ଗ୍ରାମ ସରହଦେ
ଛାଡ଼ିବାରେ ବ୍ୟସ୍ତ,
ପରିଣାମ ଶୂନ୍ୟ, ବରଂ ଉତ୍ତେଜନା ବୃଦ୍ଧି
ଗ୍ରାମେ ଗ୍ରାମେ
ଶାନ୍ତି ବିପର୍ଯ୍ୟସ୍ତ ।
କୃଷି ପାଇଁ ଗୋପାଳନ ଉପଯୋଗୀ
ଷଣ୍ଢ ବଂଶ ଅବଶ୍ୟ ସମ୍ବଳ,
କିନ୍ତୁ ବୁଲା ଷଣ୍ଢ ବହୁଳତା
ବଢ଼ାଉଛି ଚିନ୍ତା ଜ୍ୱର
ପାଲଟୁଛି ଅହିତ କାରଣ ।
ନରାଧମ ପରଜୀବୀ ଉତ୍ପାଦନ,
ବୁଲା ଷଣ୍ଢ ଉତ୍ସର୍ଗ ସହଜ,
ଅତି ଭକ୍ତି ଚୋରର ଲକ୍ଷଣ;
ରୋକାଯାଉ ବେଳ ଥାଉଁ
ଅପାରଗ ଅନ୍ଧଭକ୍ତି ଅହିତକରଣ,
ଷଣ୍ଢପାପା ଦୟା କରି
ଷଣ୍ଢକୁ ପାଳନ୍ତୁ,
ଏଣେତେଣେ ବୁଲା ନ ଛାଡ଼ନ୍ତୁ,
ମେଲାଖାଉ ବୁଲା ଷଣ୍ଢ
ରହନ୍ତୁ ଖୁଆଡେ,
ଅମାନିଆ ପାଶବ ପ୍ରବୃତ୍ତି ହେଉ
ସନ୍ତୂଳିତ, ପ୍ରଶମିତ
ସାଧାରଣ ମଣୁ ସୁରକ୍ଷିତ ।