ଆଗକୁ ନିର୍ବାଚନ ବେଳ
ଆଗକୁ ନିର୍ବାଚନ ବେଳ
ସ୍ୱାର୍ଥପର ନେତା ମଗିବେ ଭୋଅଟ
କଥା କହି ମିଠା ମିଠା,
ଭୋଅଟ ପାଇଲେ ସବୁ ଭୁଲି ଯିବେ
ମାରିବେ ପରେ ଗୋଇଠା ।
ପାଖେଇ ଆସୁଛ ନିର୍ବାଚନ ବୋଲି
ପ୍ରତିଶ୍ରୁତି ଦେବେ କେତେ ଛଅ କୁ ନଅ କରନ୍ତି ଜନତାଙ୍କ ପାଇଁ
ଶୁଣ ମାଁ ଭଉଣୀ ଯେତେ ।
ପ୍ରଥମ ପ୍ରଥମେ ପ୍ରଣାମ କରିବେ
ଜନତା ପଦାକୁ ଧରି,
ଜିତି ଗଲେ ପାଇବେ ପଦ ପଦବୀ
କରିବେ ଚାମଚା ଗିରି ।
ଆବେଦନ ପତ୍ର ଦାଖଲ କରିଲେ
ଚିହ୍ନିନୁ କହିବେ ଯେତେ,
ସମୟ ପଡ଼ିଲେ ଘଡାଇ ଦେବେ
ପିଏକୁ ଡକାଇ ତୋତେ ।
ପିସି ଦେଇକରି ଠିକାଦାର କେବେ
କିଠା କାମ ମାଲ ମାଲ,
ଶସ୍ତା ସୁନ୍ଦର ହିନସ୍ଥା କାମ କରି
ଗଡିବେ ରାଜ ମହଲ ।
ସ୍ବାର୍ଥ ପାଇଁ ଏଠି ଚାଲେ ରାଜନୀତି
ଦେଖି ଚାହିଁ ଭୋଟ ଦିଅ ଉଚିତ ପର୍ଥିକୁ ଭୋଟ ଦେଇ ଭାଇ
ନିଜ ଅଧିକାର ନିଅ ।
ରାଜନୀତି କଥା କହିଦେଇଲି ଭାଇ
ସଚେତନ ତୁମେ ହୁଅ,। ପାଞ୍ଚଶହ ପାଇଁ ଭୋଟ ବିକି ତୁମେ
ଝରାଉ ଥିବ ଲୁହ ।