ଜୀବନ ଶୈଳି
ଜୀବନ ଶୈଳି
ଜୀବନ ସନ୍ତୁଷ୍ଟି
ଭୋଗ ଉପଭୋଗ
ସବୁର ପଛରେ ଟଙ୍କା
ଉଚ୍ଚ ସୋପାନର
ଜୀବନ ଶୈଳୀ
ବଦଳାଏ ପରା ଟଙ୍କା।
ଶିକ୍ଷା, ମାନ,
ସମ୍ମାନ ପଛରେ
ଲାଗି ଥାଏ କେତେ ଟଙ୍କା।
ମାର୍ଜିତ ଢ଼ଙ୍ଗରେ
ଫେସନ ସଙ୍ଗରେ
ପୋଷାକ ପ୍ରସାଧନେ ଲାଗଇ ଟଙ୍କା।
ବୃଦ୍ଧ ବୟସରେ
ଚିକିତ୍ସା ଔଷଧ
ଖର୍ଚ୍ଚ ହୋଇ ଥାଏ ଟଙ୍କା।
ଦେବତା ଦର୍ଶନ
ତୀର୍ଥ ଯାତ୍ରା ମାନ
ଭ୍ରମଣ ପ୍ରିୟରେ ଟଙ୍କା।
ଦାନ ଧର୍ମ ପ୍ରିୟ
ମନ ସନ୍ତଳନ
ରଖିବା ପାଇଁ ଟଙ୍କା।
ଥିଲା ସେ ସମୟ
ପିଲାଦିନ ବେଳ
ଟଙ୍କା ଅଳ୍ପ ସିନା ଖୁସି ଭରପୁର।
ଏବର ମଣିଷ ଖଝୁଛି
ମେସିନି ସମାନ
ଧାଉଁଛି ଧାରାରେ ସମୟ ଅସମୟ।
କର୍ମ ଦୌଡିରେ
ବନ୍ଧା ଆଜି ଆମେ
ବଞ୍ଚିବା ପାଇଁ ଙ୍କି ଆବଶ୍ୟକ ଅତି ଟଙ୍କା।
