STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ପୁସ୍ତକ

ପୁସ୍ତକ

1 min
161

  ସୃଷ୍ଟି କରେ ଯେ

   ଅନେକ ପାଠକ

  ଯାହା ପାଇଁ ସୃଷ୍ଟି

  ଅନେକ କବି ଓ ଲେଖକ

   ସେ ଆମ ପ୍ରିୟ ପୁସ୍ତକ।


  ଅଜ୍ଞାନୀ କୁ ଜ୍ଞାନୀ

   କରିଥାଏ ସେ

  ନେତା ମନ୍ତ୍ରୀ ଙ୍କୁ ସୃଷ୍ଟି କରେ ସେ

   ସମାଜ ସଂସ୍କାର

   ଦେଶ ଜାତିର ଉଦ୍ଧାର କରେ ସେ

     ସେ ଆମ ପ୍ରିୟ ପୁସ୍ତକ ।


   ଛାତ୍ର ଛାତ୍ରୀ ଙ୍କ ଅଟେ ପରା ସେହି

    କବି ଲେଖକ ଙ୍କ ପ୍ରାଣ କେନ୍ଦ୍ର ସେହି

    ବୁଦ୍ଧିଜୀବୀ ଙ୍କର ପୃଷ୍ଠପୋଷକ

     ଅଗତି ର ଗତି

    ଦେଶ ମାତୃକାର କରେ ଯେ ମୁକ୍ତି

   ସୃଷ୍ଟି କରେ ସେ ଏ ଦେଶ ମାତୃକାର ଶାସକ

    ସେ ଆମ ଚିର ପରିଚିତ ପୁସ୍ତକ ।


   ଜାତିର ଏକତା

   ଆମ ମନେ ଭରେ ଯେ ଦେଶ ଭକ୍ତି ଓ ଜାତୀୟତା

   ସେ ଆମ ଚିର ପରିଚିତ

   ଏ ଦେଶ ସମାଜ ର ମହାନାୟକ

    ଆମ ସମସ୍ତଙ୍କ ପ୍ରିୟ ପୁସ୍ତକ।


   ହିଂସା ଦ୍ୱେଷ ରୁ ଦୂରୀଭୂତ କରି

    ଶାନ୍ତି ମୈତ୍ରୀ ର ଯେ

     ଅଟେ ମହା ନାୟକ

   ଭାଇଚାରା ଭ୍ରାତୃ ଭାବର ଯେ

    ଅଟେ ମହା ପରିଚାୟକ

    ବିଶ୍ଵ ମାତୃକାର ସେବା ସମୃଦ୍ଧି ର

     ଅଟେ ଯେ ପଥ ପ୍ରଦର୍ଶକ

     ସେ ଅଟେ ଆମ

      ଚିର ପରିଚିତ ପୁସ୍ତକ ।


    ମାଟି ମାଟିର କଥା ସେ କୁହେ

     ମାଆ ମାଟିର ବ୍ୟଥା କୁ ଦୂରେଇ ଦିଏ

    ସୃଷ୍ଟି କରେ ଯିଏ ଜନ ପ୍ରତିନିଧି

     ଜନତା ଙ୍କ ଆଖିରୁ ପୋଛେ

    ଦୁଃଖ ଶୋକର ବାରିଧି

    ନେତା ଜନତା ଙ୍କ ସୃଷ୍ଟି କାରୀ ସେ

    ଜନ ଜୀବନ ର ମହା ନାୟକ

    ସେ ସୃଷ୍ଟି କରେ କବିତା,

      ଗଳ୍ପ, ଉପନ୍ୟାସ,ନାଟକ

    ସୃଷ୍ଟି କରେ ପୁଣି କବି, ନାଟ୍ୟକାର, 

    ଲେଖକ ଓ ଗାଳ୍ପିକ

    ସେ ଆମ ସମସ୍ତଙ୍କ ଚିର ସ୍ମରଣୀୟ

     ପୁସ୍ତକ ଆମ ପୁସ୍ତକ ।


    

    

   

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract