ବିଳାପ
ବିଳାପ
ମନ ଆକାଶରେ ପ୍ରୀତି ଇନ୍ଦ୍ରଧନୁ
ଆଙ୍କେ ଅତୀତର ଛବି
ସବୁ ମଧୁରିମା ଆଜି ଏ ଲଗନେ
ନୀରବେ ତାକୁ ମୁଁ ଭାବେ
ତାରାଟିଏ ପରି ହସେ ...
ରିମଝିମ୍ ବର୍ଷା ମୌସୁମୀ ଦେଖିଲେ
ମୁଁହ ତାର ମୋତେ ଦିଶେ ।
ଏଇ ମୌସୁମୀ ଶୀତୁଆ ସଂଜରେ
ଉଠୁଥିଲି ଯେବେ ଥରି
ଗୋଲାପୀ ଓଠର ଲାଜୁଆ ଆଖିରେ
ସମର୍ପିତା ଅପସରି
ତୋଲିଥିଲା ମଧୁକୁଞ୍ଜ ..…
ତା ବିନା ଆଜି ଏ ଶ୍ରାବଣୀ ଲାଗଇ
ଫିକା ଫିକା ଲାଗେ ସଞ୍ଜ ।
ନାହିଁ ସେଇଦିନ ଅତୀତ ଲଗନ
ଅଛି ସେଇ ମୂକ ସାକ୍ଷୀ
ସବୁକିଛି ଆଜି ସ୍ଵପ୍ନ ହୋଇଗଲା
ଚହଲା ସମୟେ ସଖି
ଆଉକି ଆସିବ ତୁମେ...
କୃଷ୍ଣଚୂଡ଼ା ରୂପ ଫିକା ଲାଗେ ଆଜି
ବିଳାପେ ଖୋଜୁଛି ଭ୍ରମେ ।
