STORYMIRROR

BAIRAGI CHARAN SAHOO

Abstract

4  

BAIRAGI CHARAN SAHOO

Abstract

ଏଲିଏନ ଏକ ରହସ୍ୟ

ଏଲିଏନ ଏକ ରହସ୍ୟ

1 min
385

ସ୍ରଷ୍ଟା ସୃଷ୍ଟି କଲେ ସୁନ୍ଦର ଧରାକୁ

 ବୈଭବ୍ୟ ଜୀବ ଜଗତ

ବାବନ ବ୍ରହ୍ମାଣ୍ଡ କରତା ବିଧାତା

 ସବୁ ଅଟେ ତାଙ୍କ ଜାତ ।୧ ।

ସେଇ ବ୍ରହ୍ମାଣ୍ଡ ରୁ ଗୋଟିଏ ବ୍ରହ୍ମାଣ୍ଡ

 ଅଟେ ପୃଥିବୀ ଆମର

ସବୁ କିଛି ଏଠି ରହିଅଛି ପୁରୀ

 ଅମୃତ ରୂପକ ନର ।୨ ।

ଆଉ କେତେ ଗ୍ରହ ଅଜଣା ଜଗତ

 ରହିଛି କେତେ ବଳୟ

ସବୁ କିଛି ଆମ ମାନବ ସଭ୍ୟତା

 କଳି ପାରୁନାହିଁ ଲୟ ।୩ ।

ଆସିଛି ଅନେକ ରହସ୍ୟ ଖବର

 ଅନ୍ୟ ଜୀବ ଅନୁଧ୍ୟାନ

ସେଥିରୁ ଆଶ୍ଚର୍ୟ୍ଯ ଚକିତ ଲାଗଇ

 ବିଚିତ୍ର ସେ ଏଲିଏନ ।୪ ।

ବାୟୁଯାନ ପରି ଉଦେ ଆକାଶ ରେ

 ବିଚିତ୍ର ତାହାର ରୂପ

କେଉଁ ଜଗତରେ ଅବସ୍ଥାନ ତାର

 ମିଳି ପାରି ନାହିଁ ଛାପ ।୫ ।

ପ୍ରଥମେ ଏ ଜୀବ ଦେଖା ଦେଇଥିଲା

 ଆମେରିକା ର ଆକାଶ

ବିଶ୍ଵ ବାସୀ ତାର ପାଇଲେ ଖବର

 ସମ୍ବାଦ ବାର୍ତ୍ତା ପ୍ରକାଶ ।୬ ।

ଚାଇନା ଦେଶର ବିଶାଳ ପ୍ରାଚୀର

 ମିଶର ର ପିରାମିଡ୍

କୋଣାର୍କ ମନ୍ଦିର ଚିତ୍ର ପରି ଲାଗେ

 ଏଲିଏନ ଚିତ୍ର ତାଡ଼ ।୭ ।

ବହୁ ଗବେଷଣା ତର୍ଜମା ଚାଲିଛି

 ଏଇ ବିଚିତ୍ର ଜୀବ ର

ସଠିକ୍ ପ୍ରମାଣ ବିଜ୍ଞାନୀ ମଣିଷ

 ଦେଇ ପାରି ନାହିଁ ୟାର ।୮ ।

ଆଜି ଏ ମଣିଷ ଭାବିବାକୁ ହେବ

 ଯିଏ ବ୍ରହ୍ମାଣ୍ଡ ଗଢିଛି

କେଉଁ ଗ୍ରହେ କେଉଁ ଜୀବକୁ ରଖିବେ

 ସେଇଁହି ଜଣେ ଜାଣିଛି ।୯ ।

ଉଜ୍ବଳ ଆଲୋକ ପିଣ୍ଡ ରୂପେ ସିଏ

 ଉଡ଼େ ଏଇ ଏଲିଏନ

କେଉଁଠୁ ଆସେ ସେ କେଉଁଠିକୁ ଯାଏ

 ଆକାଶେ ହୋଇ ଉଭାନ ।୧୦ ।


Rate this content
Log in

Similar oriya poem from Abstract