STORYMIRROR

BAIRAGI CHARAN SAHOO

Abstract Others

4  

BAIRAGI CHARAN SAHOO

Abstract Others

ପରକାଳ

ପରକାଳ

1 min
272

ମାନବ ଜୀବନ ଦୁର୍ଲଭ ଅଟଇ

 ସ୍ରଷ୍ଟା ଆଶୀର୍ବାଦ ଦାନ

କୃତ କର୍ମ ଯୋଗୁଁ ମିଳଇ ସୁଫଳ

 କର୍ମେ ହୁଅଇ ମହାନ୍ ।୧।


ପ୍ରାରବ୍ଧ ଜୀବନ ସାର୍ଥକ ହୁଅଇ

 ପ୍ରାଣୀର ଜୀବନ କାଳେ

ସୁକର୍ମ କରିଲେ ମିଳେ ଶୁଭଫଳ

 ଜସ୍ଵଶୀ ସେ ପରକାଳେ ।୨।


ଉଚ୍ଚମନ ଜନ ଲଭେ ଉଚ୍ଚଫଳ

 ନୀଚ୍ଚମନା ପାଏ ବିଶ

ସତ୍ୟ ଧର୍ମ ନିଷ୍ଠା କର୍ମରେ ଲଭଇ

 ପୁଣ୍ୟ ଫଳ କୋଟି ଯଶ ।୩।


ଏଇଠି ସରଗ ଏଇଠି ନରକ

 ଅମୃତ ରହିଛି ଭରି

କର୍ମ ଯୋଗୁଁ ଫଳ ମିଳଇ ଜୀବନେ

 ପରକାଳେ ହିତକାରୀ ।୪।


ସାଗର ବଂଶଜ ସୂର୍ଯ୍ୟବଂଶୀ ରାଜା

 ଭଗିରଥ ନରସାଇଁ

ପିତୃ ପୁରୁଷଙ୍କ ଉଦ୍ଧାର ନିମନ୍ତେ

 କୀର୍ତ୍ତି ରଖିଗଲେ ମହୀ ।୫।


ଦେବତା ମାନବ ଦାନବ ଚରିତ୍ର

 ଲୁଚିଥାଏ ଶରୀରରେ

କର୍ମ ଯୋଗୁଁ ପ୍ରାପ୍ତ ହୋଇଥାଏ ତାର

 ମିଳିଥାଏ ଜନ୍ମାନ୍ତରେ ।୬।


ଏ ନର ଶରୀର ଜନ୍ମେ କେତେବାର

 କୃତ କର୍ମେ ଲଭେ ଫଳ

ଭଲ କର୍ମ ଯଦି କରିଥିବ ଜୀବ

 ମିଳେ ଶୁଭ ପରକାଳ ।୭।


ଗତ ଜନମର କର୍ମକୁ ଏ ଜୀବ

 ଜାଣିତ ପାରି ନଥାଏ 

ସେଇ କର୍ମ ଯୋଗୁଁ ଏ ଜୀବ ଦଶାରେ

 ପ୍ରାଣୀ ତାହା ଭୋଗୁଥାଏ ।୮।


ଏ ଜୀବନ କାଳେ ସୁକର୍ମ କରିଲେ

 ଆତ୍ମା ରଖି ପବିତ୍ରତା

ନିଶ୍ଚେ ପରକାଳେ ସହାୟ ହୋଇବେ

 ସ୍ରଷ୍ଟା ରୂପିସେ ବିଧାତା ।୯।


ତେଣୁହେ ସୁଜନ ହେଜ ନିଜ ମନ

 ଆସିଅଛ ତୁମେ ଧରା

ଭଲ କର୍ମ କରି ନିଜ ଜୀବନକୁ

 ହୁଅ ଆଦର୍ଶ ପସରା ।୧୦।


ଏଇ ଜନମରେ ସୁକର୍ମ କରିଲେ

 ଧର୍ମ ପ୍ରାପ୍ତ ହେବ ଫଳ

ପିତୃ ପୁରୁଷ ଏ ମୁକତି ଲଭିବେ

 ହରଷିତ ପରକାଳ ।୧୧।


ସ୍ରଷ୍ଟା ଙ୍କ ସୃଷ୍ଟିରେ ମାନବ ଜୀବନ

 ଅଟଇ ଅମୃତ ଫଳ

ସତ୍ ମାର୍ଗେ ରହି ଭଲ କର୍ମ କର

 ଲଭ ଧର୍ମ ପରକାଳ ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract