Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BAIRAGI CHARAN SAHOO

Romance

3  

BAIRAGI CHARAN SAHOO

Romance

ପରଦେଶୀ ପ୍ରେମିକା

ପରଦେଶୀ ପ୍ରେମିକା

1 min
189


ତୁମକୁ ଗୋରୀ ମୁଁ ଭଲପାଏ ବୋଲି

 ହୁଏ ଆଜି ଲୋକ ହସା

କୁହ ନୀଳପରୀ ପଥ ଭୁଲି କିଆଁ

 ବାନ୍ଧିଲ ମୋ ମନେ ବସା

ତୁମକୁ ଗୋରୀ ମୁଁ ।୧ ।

ତୁମେତ ରହିଛ ଦରିଆ ସେପଟେ

 ଅୟସର ବାସ ଶେଜେ

ମୁଁ ଯେ ଯାଯାବର ସମୟ ସୁଅର

 ଉଦାସ ରେ ନିତି ଭିଜେ

ରଜନୀଗନ୍ଧା ଗୋ ଆଗୋ ବନହଂସୀ

 ଭୂଲିଯାଅ ମଧୁନିଶା

ତୁମକୁ ଗୋରୀ ମୁଁ ।୨ ।

ନୁହେଁ ମୁଁ ତୁମର ପ୍ରୀତିର ପୀୟୂଷ

 ଢାଳିଦେବି ସୁଧାବାରି

ତମସା ଜୀବନେ ଦେଖିନି ପ୍ରଦୀପ୍ତ

 ଚନ୍ଦ୍ରିକା ରୂପ ମାଧୁରୀ

କୁହଗୋ ମାନସୀ ପରଦେଶୀ ପ୍ରିୟା

 କିମ୍ପାଇ କରିବି ଆଶା

ତୁମକୁ ଗୋରୀ ମୁଁ ।୩ ।

ଯାଅଗୋ ସୁନ୍ଦରୀ ସପନକୁ ଭୂଲି

 ଅଭିସାରିକା ଲଗନ

ତୁମ ମନ ବନୁ ଭୂଲିଯିବ ମୋତେ

 ଭାବି ରାତିର ସପନ

ଭୂଲିଯିବ ଗୋରୀ ଏ ପରଦେଶୀକୁ

 ଅଭିସାର ପ୍ରୀତି ନିଶା

ତୁମକୁ ଗୋରୀ ମୁଁ ଭଲପାଏ ବୋଲି

 ହୁଏ ଆଜି ଲୋକ ହସା ।୪ ।


Rate this content
Log in

Similar oriya poem from Romance