STORYMIRROR

BAIRAGI CHARAN SAHOO

Action Inspirational

3  

BAIRAGI CHARAN SAHOO

Action Inspirational

ସଫଳତା

ସଫଳତା

1 min
134

ଉତ୍ତମ ଅଭ୍ୟାସ ଶ୍ରଦ୍ଧା ନିଷ୍ଠା ବଳେ

 ମିଳେ ସଫଳତା ଫଳ

ହୋଇଥାଏ ସିଏ ଚିର କାଳଜୟୀ

 ଲଭି କୃତିତ୍ୱ ସଫଳ ।

ନୀରବ ସାଧନା ଅବିରତ କର୍ମ

 ନିଃସ୍ୱାର୍ଥ ପବିତ୍ର ମନ

ଦିଏ ସଫଳତା ଯଶ ର ଗୌରବ

 ଆତ୍ମଶୀଳ ସ୍ୱାଭିମାନ ।

ଭକ୍ତି ପ୍ରାଣ ଚିତ୍ତେ ଏକଲବ୍ୟ ଦିନେ

 ହୋଇଥିଲା ଧନୁର୍ଦ୍ଧର

ବୀରତ୍ଵ ଗାରିମା କଳି ଦ୍ରୋଣ ଗୁରୁ

 ଦକ୍ଷିଣା ମାଗିଲେ ତାର ।

କେତେ କେତେ ଜ୍ଞାନୀ ସୁଜ୍ଞାନୀ ପ୍ରତିଭା

 ପାଇଛନ୍ତି ସଫଳତା

ସେ ସବୁ ପଛରେ ଲୁଚି ରହିଅଛି

 ସୂକ୍ଷ୍ମ ରୁଚି ଏକାଗ୍ରତା ।

ସାହିତ୍ୟିକ ହେଉ ଅବା ବୈଜ୍ଞାନିକ

 କଳାକାର ଦାର୍ଶନିକ

ସର୍ବେ ନିଜ ନିଜ ପ୍ରୟାସ ସାଧନେ

 ରଖିଛନ୍ତି ନିଜ ଟେକ ।

ସ୍ତିର ମସ୍ତିଷ୍କ ରେ ଯେଉଁ କର୍ମକର

 ମିଳିବ ନିଶ୍ଚେ ସୁଫଳ

ସାଧନା ହିଁ ଶ୍ରେଷ୍ଠ ନିଷ୍ଠା କର୍ତ୍ତବ୍ୟ ର

 ପ୍ରଚେଷ୍ଟା ମନ୍ତ୍ରଟି ମୂଲ ।

ଇତିହାସ ତାର ମୁକସାକ୍ଷୀ ଅଟେ

 ଲିପିବଦ୍ଧ ସ୍ବର୍ଣ୍ଣାକ୍ଷରେ

ସାଧନା ବଳରେ ସଦା ବନ୍ଦନୀୟ

 ପ୍ରତି ଜନ ହୃଦୟରେ ।

ସତ୍ ନିଷ୍ଠା କର୍ମ ଯେ କରେ ନିରତ

 ଆପେ ସଫଳତା ମିଳେ

ଧୈର୍ଯ୍ୟ ରଖି ମନେ କରୁଥିଲେ କାର୍ଯ୍ୟ

 ସୁଫଳ ସ୍ଵାଦ ଟି ମିଳେ ।

ପୂର୍ଣ୍ଣ ସଫଳତା ଯେ କରେ ହାସଲ

 ମିଳେ ତାକୁ ଯେଉଁ ଖୁସି

ବୈଭବ୍ୟ ଐଶ୍ୱର୍ଯ୍ୟ ତୁଚ୍ଛ ତାର ପାଶେ

 ବିଜୟ ସାଧନେ ଖୁସି ।

ମନ କରି ଦୃଢ ସଂକଳ୍ପ ସାଧନା

 ପ୍ରଚେଷ୍ଟା ରଖିଲେ ଜାରି

ସଫଳତା ତାକୁ ଆପେ ମିଳିଯିବ

 ସମୟ ର ସେ ପୂଜାରୀ ।


Rate this content
Log in

Similar oriya poem from Action