ସ୍ୱାଧୀନତା***************
ସ୍ୱାଧୀନତା***************
ସତେ କିବା ଆଜି ପାଇଛି ମଣିଷ
ସ୍ବାଧିନ ମାନ ର ମୂଲ
ନିଜ ନାଯ୍ୟ ଦାବି କରୁଛି ହାସଲ
ସମାଜ ଦାଣ୍ଡରେ ତୂଲ
ନାହିଁ କିବା ବ୍ୟଥା ତାର
ଘୁଞ୍ଚି ଯାଇଛି କି ତମସା ବାଦଲ
ପାଇଛିକି ଅଧିକାର ।
ସକାଳ ସୁରୂଜ ଉଇଁଲେ ଆରମ୍ଭ
ହେଉନିକି ଅତ୍ୟାଚାର
ଅବା ଶ୍ରମିକର ଉଷୁମ ରକତ
ଝରୁନାହି ଲୁହଧାର
ଅବଳା ପାଉନି ଭୟ
ଦୋଷୀ କି ପାଉଛି ଦଣ୍ଡର ବିଧାନ
ନିର୍ଦ୍ଧୋଷୀ ପାଏ କି ନ୍ୟାୟ ।
ବ୍ୟକ୍ତି ସ୍ଵାଧୀନତା ସୁରକ୍ଷା ସମ୍ମାନ
ସମ୍ବିଧାନ ଧାରା ଲିପି
ସଭିଏଁ ପାଇବେ ସମାନ ସୁବିଧା
ନଥିବ ପାତର ଛପି
ହସିବେ ସୁଖର ହସ
ନଥିବ ମନରେ ବାଛନ୍ଦ କାଳିମା
କଳଙ୍କ ର ପରିହାସ ।
ଆଜ
ିବି ଭୋକିଲା ଝୁରେ ଅନାହାରେ
ଫୁଟଫାତ୍ ମୁକସାକ୍ଷୀ
ଦେଖିକି ସମାଜ ନ ଦେଖିଲା ପରି
ଚାଲିଯାଏ ବୁଜି ଆଖି
ଲାଜେ ମରେ ସେ ଅବଳା
ଜୁଲୁମ୍ ଚାବୁକ ଗର୍ଜି ଉଠେ ଏଠି
ରାବଣ ର ଚାଲେ ଲୀଳା ।
ଆଜି ଏ ମଣିଷ ନିତି ବିକ୍ରି ହୁଏ
ଅନ୍ଧ ପୁଟୁଳି କୁ ବାନ୍ଧି
ସ୍ୱାଭିମାନ ତାର ହରାଇ ସାରିଛି
ସ୍ବାର୍ଥ ଆଶା ହୋଇ ଛନ୍ଦି
ହୋଇବ ଯେବେ ଜାଗ୍ରତ
ହସିବ ଦୁନିଆ ବିଜୟ ଗରବେ
ସ୍ୱାଧିକାର ଭରା ନେତ ।
ବିନା ବିପ୍ଳବ ରେ ସ୍ଵାଧୀନତା କିଏ
କରିନାହିଁ କରାୟତ
ଇତିହାସ ସାକ୍ଷୀ ଅଛି ତାର କ୍ରାନ୍ତି
ଅନ୍ୟାୟ ନ୍ୟାୟ ର ସ୍ରୋତ
ଜାଗିବ ଯେବେ କଙ୍କାଳ
ଆସିବ ଆଲୋକ ସ୍ଵାଧୀନ କିରଣ
ହସିବ ପ୍ରତି ସକାଳ ।