Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BAIRAGI CHARAN SAHOO

Action Thriller

3  

BAIRAGI CHARAN SAHOO

Action Thriller

ସୁପର୍ ପାୱାର

ସୁପର୍ ପାୱାର

1 min
156


ଏକ ଛତ୍ରପତି ଯେ କରେ ଶାସନ

 ସେଇ ହିଁ ସୁପର ପାୱାର

ତାର ଇଙ୍ଗିତ ରେ ସବୁ ସହମତି

 ହୁକୁମ ଚାଲଇ ତାର ।୧ ।

ତାର କଥା ଯିଏ କରିଲା ଅମାନ୍ୟ

 କରେ ସମନ କୁ ଯାତ୍ରା

ସନମାନ ଯିଏ କରିଦେଲା ତାକୁ

 ସେ ହେଲା ତାହାର ଭାତ୍ରା ।୨ ।

ବୁଦ୍ଧି, ବିତ,ବଳ ସବୁଟାକୁ ସିଏ

 କରିଅଛି କରାୟତ

ସଭିଏଁ ତାହାର କିଣା ର ସାମଗ୍ରୀ

 ତା ଅଧିନେ ଆତଯାତ ।୩ ।

ଏକ ଚକ୍ରବର୍ତ୍ତୀ ଏ ଧରାରେ ସିଏ

 ସବୁ ରବର ମୋହର

ପ୍ରତିବାଦ ତାକୁ କରନ୍ତିନି କିଏ

 ସେଯେ ସୁପର ପାୱାର ।୪ ।

ଯାହା କଲେ ସିଏ ଦୋଷ ଟି ତାହାର

 ସତରେ ଗଣନା ହୁଏ

ପଶୁକୁ ପକ୍ଷୀ ର ଆଖ୍ୟା ଦିଏ ଯଦି

 ସତ ମାନିବାକୁ ହୁଏ ।୫ ।

ଜୋର୍ ଜବରଦସ୍ତ ସମ୍ମତି ପାଇଁ

 କିଣା ଚାଲେ କେତେ ମତି

ପତିଆରା ପାଇଁ ଦେଖେନା ସେ କିଛି

 ପରିଣାମ ପରିସ୍ଥିତି ।୬ ।

ଭୟାନକ ଜ୍ଞାନ ବିଜ୍ଞାନ ବଳରେ

 କ୍ଷିଦ୍ର ଆଜି ବଳଶାଳୀ

ଗର୍ଜନ କରଇ ଏ ମର୍ତ୍ତ୍ୟ ଭୁବନେ

 ଅଟେ ଏକା ମହାବଳି ।୭ ।

ଗ୍ରାମ,ରାଜ୍ୟ,ଦେଶ,ବିଶ୍ଵ ଭୁବନ ରେ

 ଚାଲିଛି ଆଜି ପାୱାର

ନିଜ ପରିଆରା ଜିଦି ପଣ ପାଇଁ

 ଏ ମଣିଷ ଅଗ୍ରସର ।୮ ।

ଅହଂକାରୀ ମନେ ହିଂସା ରକ୍ତପାତ

 କରୁଥାଏ ପ୍ରତିକ୍ଷଣ

କେତେଯେ ନିରୀହ ବଳି ପଡୁଥାନ୍ତି

 ସେଥି ପ୍ରତି ନାହିଁ ଧ୍ୟାନ ।୯ ।

ଗୋଟିଏ ଜୀବନ ଦେଇପାରେ ନାହିଁ

 କ୍ଷଣକେ କୋଟିଏ ନିଏ

ଅମୃତ ମନରେ ଜହର ଭରିଛି

 ବୁଝାଇବ ତାକୁ କିଏ ।୧୦ ।

ସୁନ୍ଦର ଧରାକୁ ଗଢିଲେ ବିଧାତା

 ଅମୃତ ସନ୍ତାନ ନର

ଆଜି ସେ ମଣିଷ ଭୂଲି ମାନବତା

 ସାଜେ ନିଷ୍ଠୁର ଅସୁର ।୧୧ ।

ଗୋଟିଏ ସୁପର୍ ପାୱାର ନିୟତି

 ଧରିଛି ହାତରେ ତାର

ସେଇ ଏକା ଅଟେ ସୁପର୍ ପାୱାର

 ଆଉ ସବୁ ନିମିତର ।୧୨ ।


Rate this content
Log in

Similar oriya poem from Action