STORYMIRROR

Saroj Kumar Ojha

Abstract

3  

Saroj Kumar Ojha

Abstract

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
203

ଚଳଚ୍ଚିତ୍ର ସମାଜର ସଚେତନତାର ମାଧ୍ୟମ

ପାରିବାରିକ ସମସ୍ୟା

ସମାଧାନର ବି ମାଧ୍ୟମ

ଘଟୁଥିବା ଦୁନିଆର ପ୍ରଥା,

ପରମ୍ପରା ଭିତ୍ତିକ ଦୃଶ୍ୟର ସମ୍ଭାର

ଅର୍ଥନୀତି ଦୌଡ଼ରେ ମୁଖ୍ୟ 

ଭୂମିକା ନିର୍ବାହ କରେ

ନେତୃତ୍ୱ ,ରାଜନୀତିଜ୍ଞ, ଐତିହାସିକଙ୍କ

ସଂଶ୍ଳିଷ୍ଟ ସମାଜରେ କିପରି

କହିଦିଏ  ଏହି ଚଳଚ୍ଚିତ୍ର

ଦେଖାଇଦିଏ ସମାଜର

କଳା କାରନାମାର କାହାଣୀ

କିପରି ଚାଲିଛି ଦୁନିଆର 

ରୀତି,ନୀତି, ଅନୀତି,ଦୁର୍ନୀତି

ପର୍ଦ୍ଦାଫାଶ କରାଇ ଲୁଟତରାଜ

ସଂଘର୍ଷ,ଓ ଆତଙ୍କବାଦୀଙ୍କ ଗୁମର

ଦଳିତ,ପତିତ,ଉଚ୍ଚନୀଚ ର ଦୁର୍ଦ୍ଦଶା

ପ୍ରତିଫଳିତ ହୁଏ ଦେଶପ୍ରେମ

ଜାତିପ୍ରେମ,ମାତୃଭୂମି ଭକ୍ତି କଥା

ବହୁ କିସମର କାଳ୍ପନିକ ଦୃଶ୍ୟରାଜି

ଚେତାଇ ଦେଇଥାଏ ଅଚେତନତ୍ୱକୁ

ସୁଚେଇ ଦିଏ ଅସଚେତନଙ୍କୁ

ଜାଗ୍ରତ କରାଇଦିଏ ଜନ ଶୋଷଣକାରୀଙ୍କୁ

କହିଲେ ସରିବନି ଚଳଚ୍ଚିତ୍ର ଗାଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract