STORYMIRROR

Saroj Kumar Ojha

Inspirational

3  

Saroj Kumar Ojha

Inspirational

ସ୍ବପ୍ନ

ସ୍ବପ୍ନ

1 min
181

ଜୀବନ ମାନେ ହିଁ ଭରା ସପନ

ନାହିଁ ତ ସ୍ବପ୍ନ ନାହିଁ ତ ଜୀବନ

ଜୀବନ ଅଛି ତ ସପନ ଅଛି,

ହେଉ ପଛେ ଜୀବନ ବିପନ୍ନ ।।


ଆସିଥାଏ ସ୍ବପ୍ନ ଜୀବନେ କେବେବି

ଅଦ୍ଭୁତ ପ୍ରକାର କାଳ୍ପନିକ କଥା,

ଚାହୁଁ ଚାହୁଁ ଦୃଶ୍ୟ ଅଦୃଶ୍ୟ ହୋଇବି

ମନେ ଆସିଥାଏ ବ୍ୟଥା ।।


ସ୍ବପ୍ନ ଦେଖିବାକୁ ସବୁ ମଣିଷ ପାଗଳ

ମଣିଷର ସ୍ବପ୍ନ ବଡ଼ ହେବାର

ମଣିଷର ସ୍ବପ୍ନ ଧନଶାଳୀ ହେବାର,

ମଣିଷର ସ୍ବପ୍ନ କୋଟିପତି ହେବାର,

ମଣିଷର ସ୍ବପ୍ନ ସାମ୍ରାଜ୍ୟ ବିସ୍ତାର,

ମଣିଷର ସ୍ବପ୍ନ ଏକାଙ୍ଗ କାକ୍ରବର୍ତ୍ତୀ ହେବାକୁ,

ମଣିଷର ସ୍ବପ୍ନ  ଶିଳ୍ପପତି ହେବାକୁ ।।


ସବୁରି ସୁବିଧାର ଅଧିକାରୀ ହେବାର ସ୍ବପ୍ନ

ସବୁ ମଣିଷର ସ୍ବପ୍ନ ସାକାର ହୁଏନି,

ସ୍ବପ୍ନ ସେହି ଲୋକର ସାକାର ହୁଏ,ଯିଏ

ସ୍ବପ୍ନ ଦେଖୁଥିବ ଭଲ ମଣିଷଟି ପାଇଁ

ସ୍ବପ୍ନ ଦେଖୁଥିବ ସତ୍ୟବାଦୀ ହେବାକୁ,

ସ୍ବପ୍ନ ଦେଖୁଥିବ ଜଣେ ନୀତିବାନ ହେବାକୁ,

ସ୍ବପ୍ନ ଦେଖୁଥିବ ଜଣେ ସ୍ନେହୀ ହେବାକୁ,

ସ୍ବପ୍ନ ଦେଖୁଥିବ ଜଣେ କର୍ମଯୋଗୀ ହେବାକୁ,

ସ୍ବପ୍ନ ଦେଖୁଥିବ ଜଣେ ଗୁଣୀ,ଜ୍ଞାନୀ ହେବାକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational