STORYMIRROR

Saroj Kumar Ojha

Inspirational

3  

Saroj Kumar Ojha

Inspirational

ପୁରାଣ

ପୁରାଣ

1 min
232

ପୁରାଣ କଥାରେ ଆମ ଦେଶର ପ୍ରଥା

ଯାହାର ଆଧାର ସାରା ହିନ୍ଦୁ ସମାଜ 

ପୁରାଣର ଅଛି ତିନି ପ୍ରକାର ଭେଦ

ଦେବା ଦେବୀ ବହୁ ସ୍ଥାନରେ ହେଜ ।।


ପୁରାଣରେ ସବୁ ଯେତେକ ଶ୍ଳୋକ

ସବୁ ଶ୍ଳୋକ ମୂଳେ ଦେବା ଦେବୀଙ୍କ ଗାଥା 

ଏଭଳି ମହାନ୍ ପୁରାଣ ବ୍ୟବସ୍ଥା

ନାହିଁ ତ ଏପରି ଅନ୍ୟ କେଉଁଠି କଥା ।।


ମହାପୁରାଣ ଉପପୁରାଣ ଅତିରିକ୍ତ ପୁରାଣ

ମହାପୁରାଣର ନାମ ଅଟେ ମହାନ 

ବ୍ରହ୍ମ ପୁରାଣ ଅଗ୍ନି ପୁରାଣ ବିଷ୍ଣୁ ପୁରାଣ

ବାୟୁ ଭାଗବତ କୂର୍ମକୁ ଜାଣ ।।


ସ୍କନ୍ଧ ପୁରାଣରେ ନିହିତ ସର୍ବାଧିକ ଶ୍ଳୋକ

ଶ୍ଳୋକ ସଂଖ୍ୟା ଏକାଅଶୀ ହଜାର 

ନାରଦୀୟ ପୁରାଣ ଭବିଷ୍ୟ ପୁରାଣ

ବରାହ ଲିଙ୍ଗ ବାମନ ଅଛି ନଜର ।।


ତା ପରକୁ ମତ୍ସ୍ୟ ଗରୁଡ଼ ପଛକୁ ପଛ

ବ୍ରହ୍ମାଣ୍ଡ ପୁରାଣ ବାର ହଜାର ଶ୍ଳୋକ 

ବ୍ରହ୍ମବୈବର୍ତ୍ତ ସହ ଶ୍ରୀକୃଷ୍ଣଙ୍କ ଗାଥା

ଉପପୁରାଣ କଥା ଶୁଣ ସବୁ ଯାକ ।।


ସନତ କୁମାର ନରସିଂହ ଦୁର୍ବାସା 

ନାର ଶୈବଧର୍ମ କପିଳ ମାନବ 

ନାରାଦୀୟ ଔଷନସ ବ୍ରହ୍ମାଣ୍ଡ 

ବାରୁଣ କାଳିକା ସୌର ମାରୀଚ ଶାମ୍ବ ।।


ପରାଶର ମାହେଶ୍ୱର ଭାର୍ଗବ ଯଥା

ଅତିରିକ୍ତ ପୁରାଣ ଆମ୍ଭ କହୁଛି କଥା 

ନନ୍ଦିକେଶ୍ୱର୍ ଶୁକ୍ର ବଶିଷ୍ଠ ଭାଗୁରି 

ମନୁ ମାହେଶ ବାୟୁ ରହିଛି ପ୍ରଥା ।।


କଳ୍କୀ ଶୈବ ଆଦିତ୍ୟ ଆଦି

ଶମ୍ବୁ ବଶିଷ୍ଠ ଲିଙ୍ଗ ବିଷ୍ଣୁ ଧର୍ମୋତ୍ତର 

ବୃହଦ୍ଧର୍ମା ଧର୍ମ ଗୌରୀ ନୀଳ 

ଗଣେଶ ଆତ୍ମ ଭାଗବତାମୃତସାର ।।


ବିଷ୍ଣୁ କେଶରୀ ଭାଗବତ ଭୂଷଣ

ଭାଗବତାମୃତ ମହାଭାଗବତ 

କାଳୀ ଦେବୀ ଭାସ୍ୱର ସମେତ

ଶେଷ ହୋଇଲା ପୁରୁଷୋତ୍ତମ ପ୍ରସାଦ ସହିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational