ଏଲିଏନ
ଏଲିଏନ
ଭିନ୍ନ ରାଇଜର ଭିନ୍ନ ବନ୍ଧୁଟିଏ
ନାମଟି ତାହାର ଏଲିଅନ୍,
ବୈଜ୍ଞାନିକ ମାନେ ଅନ୍ତରୀକ୍ଷରୁ
ପାଇଲେ କରି ଅନୁସନ୍ଧାନ ।
ଏଲିଅନ୍ର ପ୍ରମାଣ ମିଳିଛି
ସେମାନେ ବୁଦ୍ଧିମାନ ସଭ୍ୟତାର,
ଆମେରିକାର ବୈଜ୍ଞାନିକ ଗଣ
ପାଇଛନ୍ତି ସେଠୁଁ ସିଗନାଲ୍ ।
ଟେକନୋଲୋଜିର ସିଗନାଲ ସବୁ
ଆସିଛି ଏହି ଅନ୍ତରୀକ୍ଷରୁ,
ଏଲିଅନ୍ ସଭ୍ୟତା ବୁଦ୍ଧିମାନ ସଭ୍ୟତା
ଶକ୍ତିଶାଳୀ ସେମାନେ ସହସ୍ର ଗୁଣରୁ ।
ଏଲିଅନ୍ ସଭ୍ୟତାରୁ ଆସିବା ସିଗନାଲକୁ
କହନ୍ତି ଟେକନୋ ସିଗନାଲ,
ଏ ପରା ଏକ ରେଡ଼ିଓ ୱେବଲ୍ୟାଣ୍ଡ
ପ୍ଲାନେଟୋରିଅମ୍ରୁ ଏହା ମେମୋରିଆଲ ।
ଲସ ଏଞ୍ଜେଲସ ରେ ଅବସ୍ଥିତ ଅଛି
ୟୁନିଭରସିଟି ଅଫ କାଲିଫର୍ଣ୍ଣିଆ,
ଅନ୍ତରୀକ୍ଷ ବିଜ୍ଞାନୀ ଚିନ୍ ଲକ୍ ମତେ
ହଜାରେ ସଫଳ ପାଇପାରିବା ।
ଏଲିଅନ୍ ଠାରୁ ସିଗନାଲ ପାଇ
ଡିକୋଡ଼ିଂ କରିବାର ଦରକାର ଜାଣ,
ତେଣୁ ଆବଶ୍ୟକ ଶକ୍ତିଶାଳୀ ଟେକ୍ନୋଲୋଜି
ଧନ୍ୟ ହେବେ ଆମ୍ଭ ବୈଜ୍ଞାନିକ ଗଣ ।
