STORYMIRROR

Saroj Kumar Ojha

Abstract Inspirational

4  

Saroj Kumar Ojha

Abstract Inspirational

ଅପରିଚିତ

ଅପରିଚିତ

2 mins
302

ଦୁନିଆରେ କେହି ନୁହନ୍ତି ଅପରିଚିତ

ବିଶ୍ୱାସ ହେଉଛି ଆମ୍ଭ ହୃଦୟ ପ୍ରତୀକ,

ଅଜଣା ଲୋକ ବି ନିଜର ହୋଇବ

ଶାସ୍ତ୍ରରେ ରଚିତ ହୋଇଛି ସଠିକ୍ ।।


ବିରୋଧ ଭାବ ତ ରହିଛି ସଙ୍ଗାତେ

ଭାଇ ଭାଇ ମଧ୍ୟେ କଳହ,

ସାହି ପଡ଼ିଶାରେ ଦ୍ଵନ୍ଦ ଯେ ଲାଗିଛି

ଗାଆଁ ଗାଆଁରେ ଲାଗୁଛି ବିଦ୍ରୋହ ।।


ପରିଚିତ ଜନ ହୋଇପାରେନି କାହାରି

ଅପରିଚିତ ହୁଏ ସବୁରି,

ପରିଚିତ ଦେହେ ବିଷରେ ପୂର୍ଣ୍ଣତା

ଅପରିଚିତେ ରହିଛି ଅମୃତ ଭରି ।।


ମାନସିକତା ଯାହାଙ୍କ ଥାଏ ଆନ୍ତରିକ

ଶରୀରେ ତାଙ୍କର ଭରା ମାନବିକତା,

ଆତ୍ମାର କଥାକୁ ଆତ୍ମା ହିଁ ଚିହ୍ନିବ

ପରିଚିତ ସହ ଏଠି ନାହିଁ ସମାନତା ।।


ପୁରୁଣା ସମୟ ଥିଲା ସନ୍ଦେହପୂର୍ଣ୍ଣ

ଆଧୁନିକତାରେ ବଢେ ଦ୍ଵିଗୁଣ,

ସ୍ବଚକ୍ଷୁରେ ଯିଏ ମଣିଲା ପର

ଏହାତ କଳିଯୁଗର ବଦଗୁଣ ।।


ଅପରିଚିତଙ୍କୁ କେହି କରେ ଆପଣାର

ସେ ପରା ମହାନ୍ ହୃଦୟବାନ,

ବିଶ୍ୱାସରେ ବିଷ ଭରିବା ସ୍ଵଭାବ

ସମାଜରେ ଗଣ୍ୟ ଦାୟିତ୍ବହୀନ ।।


ଦ୍ଵିତୀୟ ଈଶ୍ୱର ମଣୁଥିବା ବ୍ୟକ୍ତି

ଦାଣ୍ଡେଘାଟେ ହୁଏ ହଟ୍ଟହଟ୍ଟା,

ପରିଚିତ ବ୍ୟକ୍ତି ହେଲେବି ଦୃଷ୍ଟିରେ

ଭାବନ୍ତି ତାହାଙ୍କୁ ମରହଟ୍ଟା ।।


ଚିହ୍ନିବା ଲୋକ ତ ବଡ଼ ଏ ସମାଜେ

ଚିହ୍ନା ଦେବା ନିଜ ମହତ୍ ଗୁଣରେ,

ଭ୍ରାତ୍ରୁଭାବ ନେଇ ସମରସତାରେ

ପରିଚୟ ଦେବା ନିଜ ବୃହତ୍ ମନରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract