STORYMIRROR

Saroj Kumar Ojha

Crime

3  

Saroj Kumar Ojha

Crime

ସଫଳତା

ସଫଳତା

2 mins
128


ସେତେବେଳେ ପାଇବା ସଫଳତା,

ଯେତେବେଳେ

ଯେତେବେଳେ ବନ୍ଧୁଙ୍କୁ ସାହାଯ୍ୟ କରିବା,

ଯେତେବେଳେ କଠିନ ପରିଶ୍ରମ କରିବା ,

ଯେତେବେଳେ ସକରାତ୍ମକତା ଆପଣେଇବା,

ଯେତେବେଳେ ବିନା ଦ୍ବିଧାରେ ଭଲ କାର୍ଯ୍ୟ କରିବା,

ଯେତେବେଳେ ବିନା ସ୍ୱାର୍ଥରେ ଚାଲିବା,

ଯେତେବେଳେ ଧାର୍ମିକ ପଦ ଅନୁସରଣ କରିବା,

ଯେତେବେଳେ ପରକୁ ଆପଣାର କରିବା,

ଯେତେବେଳେ ସ୍ୱାର୍ଥକୁ ଜଳାଞ୍ଜଳି ଦେବା,

ଯେତେବେଳେ ମନଯୋଗ ସହକାରରେ ଲାଗିବା,

ଯେତେବେଳେ ନିଷ୍ଠାବାନ ହୋଇ ଆଗକୁ ଯିବା,

ଯେତେବେଳେ ସ୍ୱାର୍ଥ ତ୍ୟଜ୍ୟ କରି ମାନବିକତ୍ୱ ଆପଣେଇବା,

ଯେତେବେଳେ ଘୃଣାଭାବ ଦୂରେଇ ଆଦରତାକୁ ଗ୍ରହଣ କରିବା,

ଯେତେବେଳେ ହୀନମନ୍ୟକୁ ଦୂରେଇଦେବା,

ଯେତେବେଳେ ଦରିଦ୍ର ହିତାର୍ଥେ କାର୍ଯ୍ୟ କରିବା ,

ଯେତେବେଳେ ଭକ୍ତିଭାବ ଜାଗ୍ରତ କରାଇବା,

ଯେତେବେଳେ କୁତ୍ସାରଟନାକୁ ପଦାଘାତ କରିବା,

ଯେତେବେଳେ କଷ୍ଟ ସହିଶ୍ନୁ ହୋଇବା ,

ଯେତେବେଳେ ନିଶା ସେବନ ଭଳି ହିନସ୍ତା ଜୀବନ ତ୍ୟାଗ କରିବା,

ଯେତେବେଳେ ନୀଚ୍ଚ କାର୍ଯ୍ୟ ଭଳି କଦର୍ଯ୍ୟତା ଠାରୁ ଦୂରେଇବା,

ଯେତେବେଳେ କୁସଙ୍ଗକୁ ସାଗରରେ ଡୁବେଇଦେବା,

ଯେତେବେଳେ ବ୍ୟଭିଚାର କ୍ରିୟାକଳାପକୁ ମହାଶୂନ୍ୟକୁ ଛାଡ଼ିଦେବା,

ଯେତେବେଳେ ପରଶ୍ରୀକାତରତାକୁ ନିଜ ବୁଦ୍ଧି ବଳରେ ଭୁଗର୍ଭରେ ପୋତିଦେବା,

ଯେତେବେଳେ ଭ୍ରଷ୍ଟାଚାର ମନୋବୃତ୍ତିକୁ କୋଫିନରେ ଭର୍ତ୍ତି କରିଦେବା,

ଯେତେବେଳେ ଦୂର୍ବୁଦ୍ଧି ସବୁକୁ ପଦାଘାତ କରିଦେବା ।

ହଁ, ସଫଳତା ତ ନିଶ୍ଚୟ

ମୋ ହାତ ମୁଠାକୁ ଆସିବ,

ଯଦି !

ମୁଁ ଅର୍ଥ ଲୋଭଠୁଁ ଦୂରେଇବି,

ମୁଁ ଅସମ୍ମାନ ପ୍ରଦର୍ଶନୀକୁ ହଟେଇବି,

ମୁଁ କ୍ରୋଦ୍ଧ ଭଳି ହୀନମନ୍ୟତାକୁ ଛାଡିଦେବି,

ମୁଁ ବିଶୃଙ୍ଖଳା ସୃଷ୍ଟି ନ କରିବି,

ମୁଁ ମୋର , ତୋର ଭାବ ନ ଆଣିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime