କଳଙ୍କିନୀ
କଳଙ୍କିନୀ
ମିଠା ମିଠା ସମ୍ଭାଷଣେ
କଳେ ବଳେ କାୈଶଳେ
ଆପଣେଇ ଥିଲ
ଦେହର ଭୋକଟା
ମରିଗଲା ପରେ
ମନଟା ଏମିତି ହେଲା କାହିଁକି?
ବିବସ୍ତ୍ର କଲାବେଳେ ,
ପ୍ରକମ୍ପିତ ହେଲାନି ତ ହସ୍ତଦ୍ବୟ ?
ନିବିଡ଼ ଆଶ୍ଳେଷ ବେଳେ
ବିବେକ ତ ବାଧାଦେଲା ନାହିଁ ?
କାମନାର ତୃଷା ମେଣ୍ଟିବା ପରେ
କାହିଁ ଗଲା ସେ ପାୈରୁଷତ୍ବ ?
ହସି ହସି ସମର୍ପି ଥିଲା
ନୀରିହ ଅବଳାଟି
ତା'ର ଭରା ଯାୈବନକୁ ।
ଉନ୍ମୁକ୍ତ କୁନ୍ତଳ ସାଉଁଳି
ବିମ୍ବୋଷ୍ଠରେ ଭରିଥିଲ ଉଷୁମ ଚୁମ୍ବନ
ଗାଢ଼ରୁ ଗାଢ଼ତର ଥିଲା ତା'ର
ଗୋଲାପି ଗଣ୍ଡର ସ୍ବର୍ଶ ।
ଅଭିଶପ୍ତ ବାସନାକୁ କରି ଆପଣାର
ସ୍ୱର୍ଗୀୟ ସୁଖକୁ ବିଚ୍ଛୁରିତ କରେ
କଣ୍ଟକିତ ଶଯ୍ୟାରେ ।
ଉର୍ଦ୍ଧ୍ବ ମୁଖେ ଚିନ୍ତାଗ୍ରସ୍ତେ
ଲୋଟାଇ ଦିଏ ନିଜକୁ
ଅବଶ ଦେହରେ ।
ଖିନଭିନ୍ କଲ ଫୁଙ୍ଗୁଳା ଶରୀର
ଆଉ ନିଟୋଳ ବକ୍ଷୋଜରୁ ଆକଣ୍ଠ ମଧୁ
ପାନ କରି ପାଇଲା ସେ ଚରମ ତୃପ୍ତି
ପ୍ରଣୟର ମଧୁଲଗ୍ନରେ
ହଜି ଯାଇଥିଲା
କାମାତୁରା ମନଟା ।
ବାହୁ ବନ୍ଧନର ଉଷୁମ ଆଲିଙ୍ଗନରେ
ଏକନିଷ୍ଠ ଆତ୍ମୀୟତା
ଭୋଗକରି କିନ୍ତୁ ଯେତେବେଳେ
ସାଉଁଟିଲି ବସି ସେହି
ପ୍ରଣୟର ମେଘ ମହ୍ଲାରକୁ ,
ମନ କହିଲା କାହିଁ...
କାହିଁ ଗଲ ମୋର
ସେହି କାମାନ୍ଧ ବେଲଜ୍ଜା ପୁରୁଷ ?
କଳଙ୍କିନୀର ମୁକୁଟ ପିନ୍ଧାଇ ...
ନର ମାଂସ ଲୋଭି କୁକୁର
ଖାଇ ଖାଇ କ୍ଷୁଧା ମେଣ୍ଟାଅ
ଯଦି ପେଟ ନପୁରୁଛୁ ତାହାଲେ
ଶୋଷି ପିଇଯାଅ ସବୁ ରକ୍ତ
ଆତ୍ମ ତୃପ୍ତ ହୁଅ ।
କାମନାର ବହ୍ନି ଲିଭିଗଲା ପରେ
ଅଲୋଡ଼ା ଶରୀରକୁ ଫିଙ୍ଗି ଦେଇ
ବୋଧେ ଆଉ କେଉଁ ନବଯୌବନା
ତରୁଣୀର ସାନ୍ନିଧ୍ୟ ଆଶାରେ
ଚେଷ୍ଟାରତ ସିଏ ।
ଛିଃ ! ଏତେ ନିଚମନା ?
ପ୍ରେମର ସଜ୍ଞା କ'ଣ କେବଳ
ଶରୀରର ଭୋକ ମେଣ୍ଟାଇବା ?
ଘୃଣାରେ ଛେପ ପକାଇବାକୁ ବି
ଲାଜ ଲାଗେ ମତେ
ଧିକ ତମର ବଳିଷ୍ଟ ପୌରୁଷକୁ ।
ଚରିତ୍ରହୀନତା ଭିତରେ
ଥାଇପାରେ ମହତ୍ତ୍ଵ
ପାପ ଭିତରେ ମୋକ୍ଷ
ଥାଇ ପାରେ ଗାୈରବ