ହେ ନ୍ୟାୟାଧୀଶ
ହେ ନ୍ୟାୟାଧୀଶ
ଆହେ ନ୍ୟାୟାଧୀଶ ଶୁଣ ବାରେ ଦୁଃଖ
ଅନ୍ୟାୟ ମୁୁଁ ଦୂର କରେ।
ଲୁଣ୍ଠନ କରନ୍ତି ନିଜ ରକ୍ତଗତ
ନିରିହ ପ୍ରାଣୀ ତ ମରେ ।।
ହୃଦୟ ସ୍ପନ୍ଦନ ରହି ରହି ଚାଲେ
ଝର ଝର ଅଶ୍ରୁ ଝରେ ।
ଶରୀର ଅସୁସ୍ଥ ସହିବି କେମନ୍ତ
ଅନ୍ୟାୟ ହଟାଅ ଧିରେ ।।
ପାଏ ନିର୍ଜାତନା ସତ୍ୟ ବଚନ ଯେ
ମିଥ୍ୟା ବାଜିମାରି ନିଏ ।
ନିଷ୍ପତ୍ତି ନିଅନ୍ତି ନିଜ ପରିଜନ
ଏକ ତରଫା ତ ହୁଏ ।।
ବୁଝାରେ ଅବୁଝା ସାଧା ସିଧା ଏଠି
ବାଧାବିଘ୍ନ ସତ୍ତ୍ଵେ ହାରେ ।
ଭରସା କରିବ କାହାକୁ ସେ ଏଠି
ପରିବାର ଏଠି ମାରେ ।।
ସକାଳ ସୂରୁଜ ସାକ୍ଷୀ ରହେ ଏଠି
ସତ୍ୟ ଲୋକ ଯାଏ ମରି ।
ମିଥ୍ୟା ଅପବାଦ ସତ୍ୟ ପ୍ରତାରଣା
ନିଜକୁ ନପାରେ ଧରି ।।
ଆହେ ନ୍ୟାୟାଧୀଶ ଏ କି ଅନ୍ୟାୟ
ଅସହ୍ୟ ହୁଏ ଆତ୍ମାକୁ ।
ପଞ୍ଜୁରୀରେ ବନ୍ଦୀ ସତ୍ୟର ଜୀବନ
ସମ୍ଭାଳି ନାହିଁ ନିଜକୁ ।।
ଅନ୍ୟାୟରେ ନ୍ୟାୟ ବହୁ କ୍ଷତିଗ୍ରସ୍ତ
ଆହେ ନ୍ୟାୟାଧୀଶ ଶୁଣ ।
ସତ୍ୟବାଦୀ ଏଠି ସତ୍ୟ ହରାଉଛି
ମିଛର ଦେଶ ସମ୍ପୁର୍ଣ୍ଣ ।।
ଆହେ ମହେଶ୍ୱର ଶୁଣ ମୋ ଜଣାଣ
ନ୍ୟାୟ ଜୟଯୁକ୍ତ ହେଉ ।
ଅନ୍ୟାୟ ନ ରହୁ ସାଧୁ ଜନ ପାଇଁ
ଏତିକି ସୁଦୟା ହେଉ ।।