STORYMIRROR

DR SAMIR RANJAN BEHERA

Tragedy Crime Inspirational

3  

DR SAMIR RANJAN BEHERA

Tragedy Crime Inspirational

ଏସିଡ ମାଡ଼

ଏସିଡ ମାଡ଼

2 mins
265


   ଖୁସି ବୋଲି ଜଣେ ଝିଅଟିଏ 

   ଭାରି ସୁନ୍ଦର ଦିଶେ ସିଏ 

   ଚେହେରାଟି ତାର ଡଉଲ ଡାଉଲ 

   ଚାଲିଚଳଣିରେ ସରିକିଏ ll


   ଦଶମ କ୍ଲାସରେ ପଢୁଥିଲା 

   ସ୍କୁଲରେ ବି ଫାଷ୍ଟ ହଉଥିଲା   

    ତା ନିରୀହ ଚାହାଣୀ 

    ଶୋଭିତ ଯୌବନ 

    ସଭିଙ୍କୁ ଆକର୍ଷିତ କରୁଥିଲା ll


  ସର୍ବଗୁଣ ସମ୍ପନା ଝିଅଥିଲା 

  ସମସ୍ତଙ୍କର ପ୍ରିୟ ଥିଲା 

  କିନ୍ତୁ ରାହୁଲ ବୋଲି ବାତରା ପିଲାଟା 

  ଧୂମକେତୁ ହେଇ ତା ଜୀବନକୁ ଆସିଗଲା ll


   ଆସିଲା ଦିନରୁ ସେଇ ପିଲା 

   ପ୍ରେମ ନିବେଦନ କରିଗଲା 

   ଅଶ୍ଳୀଳ ଚିଠିକୁ ଅଶ୍ଳୀଳ କଥାରେ 

   ଖୁସି ମନେ ବିଷ ଭରିଦେଲା ll


   ଖୁସି ତାକୁ ପସନ୍ଦ କରୁନଥିଲା 

   ତାକୁ ଦେଖି ବାଟ କାଟୁଥିଲା 

   ତାର ଚାଇ ଦେଖିଲେ ବି ଡରୁଥିଲା 

   ଡରରେ ପ୍ରାୟ ନିରବ ରହୁଥିଲା ll


  ଦିନେ ସ୍କୁଲଟା ଛୁଟି ହେଲା

  ଖୁସି ସାଇକେଲରେ ଆସୁଥିଲା 

  ବିପରୀତ ଦିଗରୁ ରାହୁଲ ବାତରା 

  ଜାଣି ଜାଣି ଖୁସି ସହ ଧକା କଲା ll


  ଖୁସି ଯେ ତଳେ ପଡିଗଲା 

   ରାହୁଲ ତାକୁ ଟଣା ଓଟରା କଲା 

   ରାହୁଲ ଇସାରାରେ ତା ସାଙ୍ଗ ମନେ 

   ଅବିଳମ୍ବେ ସେଠି ପହଁଚିଲେ 

   ଆଉ ଖୁସିକୁ ଟେକିଣ ନେଇଗଲେ ll


   ବାଟରେ ପୋଲିସ ଗାଡିଟେ ଆସୁଥିଲା 

   ଖୁସିର ଚିତ୍କାର କାନେ ପଡିଲା 

   ହଟାତ ପୁଲିସ ଗାଡି ଅଟକେଇବାରୁ 

   ଖୁସିକୁ ଛାଡି ରାହୁଲ ଗୋଷ୍ଠୀ ପଳାଇଲା ll


   ପୁଲିସ ଖୁସିକୁ ଉଦ୍ଧାର କଲେ 

   ଖୁସି ଘରଲୋକଙ୍କୁ ଡକେଇ ଦେଲେ 

   ଖୁସି ସବୁକଥା ଖୋଲି କହିଲା 

   ସେମାନଙ୍କ ନାମରେ ଏଫ ଆଇ ଆର ଦେଲା 

   ରାହୁଲ ତା ସାଥି ଆରେଷ୍ଟ ହେଇ ଜେଲ ଗଲା ll


   ଖୁସି ର ଶାନ୍ତି ଫେରିଲା 

   ପାଠ ବି ଠିକ ଠାକ ପଢିଲା 

   ମାଟ୍ରିକ ପରୀକ୍ଷାରେ ଟପର ହେଇ 

   ଗାଁ ର ସୁନାମ ବଢ଼େଇଲା ll


  କଲେଜରେ ବି ଖୁସି ନାମ କଲା 

  ସଭିଙ୍କର ପ୍ରିୟ ବନି ଗଲା 

  ପାଠରେ ଖେଳରେ ଗୀତରେ ନାଚରେ

   ସଭିଙ୍କୁ ସିଏ ବଳିଗଲା ll


  ସବୁଦିନେ ସମାନ ଯାଏ ନାହିଁ

  ଖୁସି ଭାଗ୍ୟେ କଳାମେଘ ଆସିଲା ଉଇଁ 

  ତିନି ବର୍ଷ ପରେ ହଟାତ ଦିନେ 

  ରାହୁଲ  ଆସିଲା ଧୂମକେତୁ ହେଇ ll


  ଖୁସିର ବାଟ ଓଗାଳିଲା 

  ଖୁସି ସହ ଜବରଦସ୍ତି ଖରାପ କଲା 

   ପ୍ରତିବାଦ କରି ଚିଲେଇବାରୁ

   ଏସିଡ ମାଡ କରି ପଳେଇଲା ll


   ଯନ୍ତ୍ରଣାରେ ଖୁସି ଛଟପଟ ହେଲା 

   ବାଟଗଲା ଲୋକ ଖବର ଦେଲl

   ଖବର ଚାରିଆଡେ ଖେଳି ଗଲା 

   "ଏସିଡ ମାଡରେ ଖୁସି ପୀଡିତା"

   ଏ ନିଉସ ଚାରିଆଡେ ଖେଳିଗଲା ll


    ଡାକ୍ତରଖାନାରେ ଚି଼କିତ୍ସିତ ହେଲା   

    ଜୀବନଟା ସିନା ବଂଚିଗଲା 

    ହେଲେ ମୁହଁ ତାର ବିକୃତ ହେଇଗଲା 

   ଆଉ ଦୁଇ ଆଖି ତାର ଅନ୍ଧ ହେଇଗଲା ll


   ମିଡ଼ିଆ ସରକାର ମିଳିତ ହେଲେ 

   ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ 

   ସରକାର ଲମ୍ବା ଚଉଡା ଭାଷଣ ମାରିଲେ  

   ବହୁତ ବହୁତ ବାହାବା ନେଲେ 

   ହେଲେ ଖୁସିର କଣ ହେଲା... 

   ବିଚରା ନ୍ୟାୟ ସିନା ପାଇଲା 

   ହେଲେ ସମସ୍ତଙ୍କ ଆଗେ ପୀଡିତା ବୋଲାଇଲା 

   ଦୟାର ପାତ୍ର ହେଇଗଲା 

   ଆଉ ଚିରଦିନ ଅନ୍ଧକାର ର ସାଥି ହେଇଗଲା l

 

    


Rate this content
Log in

Similar oriya poem from Tragedy