Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Tragedy Inspirational

4  

Debabrata Mishra

Abstract Tragedy Inspirational

ବାଟ

ବାଟ

1 min
285


ଏନ୍ତୁଡ଼ିରେ ଜନମିଲା ପରେ କାନ୍ଦିବାକୁ ହୁଏ

ମଶାଣିର ମାଟି ଯାଏ ବାଟ ଚାଲିବାକୁ ହୁଏ ।


କିଏ ଜାଣେ କାହା ଲୁହ କାହାପାଇଁ ବହେ

ହସଟିକେ ପାଇଁ କଣ୍ଟାବାଟ ଚାଲିବାକୁ ହୁଏ ।


ବିଶ୍ୱାସର ରାଜପଥେ ଅବିଶ୍ୱାସ ଥାଏ ଲୁଚି

ବିବେକ ହାରିଲେ ବୁଦ୍ଧି ପରା ଅବାଟେ ନିଏ ।


ତ୍ୟାଗର ବି ଥାଏ ସୀମା ଟପିଲେ ହୁଏ ବିଷ

ମନ ଘା' ଲୁଚାଇଲେ ଜୀବନେ କର୍କଟ ହୁଏ ।


ଲାଗିପାରେ କଟୁକଥା ତଥାପି ରଖିଥା ମନେ

ମା' ସ୍ନେହରେ ହେଲେ ଅନ୍ଧ, ପିଲା ନଷ୍ଟ ହୁଏ ।


ଯେବେ ପିତାମାତା କଥାସବୁ ବିଷପରି ଲାଗେ

ଜାଣିରଖ ସେବେ ତୁମପାଦ ଅବାଟରେ ଥାଏ ।


ତର୍ଜମା କରିବା ଶିଖ ଜୀବନର ପ୍ରତି କ୍ଷଣେ

ମଣିଷକୁ ବୁଝିବା କଷ୍ଟ ସମ୍ପର୍କ କଷିବାକୁ ହୁଏ ।


ସତମିଛରେ ସମ୍ପର୍କ ଚାଲୁଅଛି ସମାଜରେ ପରା

ବୁଦ୍ଧି ଲଗାଇ ମଣିଷ ଅଭିନୟକୁ ଚିହ୍ନିବାକୁ ହୁଏ ।


ଦାନ୍ତ ଯଦି ପୋକଲାଗେ ମୁଖରୁ କାଢିବା ଜରୁରୀ

ଯେଉଁବାଟ ମରଣକୁ ସେହି ବାଟ ଭୁଲିବାକୁ ହୁଏ ।


ସନ୍ଦେହ ଟା ହୋଇପାରେ ଭୁଲ୍ ସମ୍ପର୍କ ମଧ୍ଯରେ

ସତର୍କତା ନିତାନ୍ତ ଜରୁରୀ ଏହା ପାଳିବାକୁ ହୁଏ ।


ସମ୍ପର୍କର ଗୁଢ଼ କଥାଟିଏ ମନେରଖ ସବୁ ମଣିଷ

ଅସମ୍ମାନ ହୁଏ ଯଦି, ସେ ବାଟ ଛାଡ଼ିବାକୁ ହୁଏ।


Rate this content
Log in

Similar oriya poem from Abstract